ପଶ୍ଚିମବଙ୍ଗ, ପୁଡୁଚେରୀରେ ବିଜେପି ଆଗୁଆ: ପଛରେ ପଡ଼ିଲା ଟିଏମ୍ସି
୫ଟ ରାଜ୍ୟରେ ଆୟୋଜିତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ଆଶା କରାଯାଉଛି। ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୫୭ ଆସନରେ ଆଗୁଆ ଥିବାବେଳେ ଟିଏମସି ୧୧୫ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୪ ଆସନରେ ଆଗୁଆ ରହିଛନ୍ତି।

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଆସାମର ୧୨୬ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ୭୩ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳ ସହିତ ୨୭ ଆସନରେ ଆଗୁଆ ରହିଛି। ଅନ୍ୟଦଳମାନେ ୫ଟି ଆସନରେ ଆଗୁଆ ରହିଛନ୍ତି। ଭୋଟ୍ ଗଣତି ଜାରି ରହିଥିବା ବେଳେ, ବିଜେପି ଏବଂ କଂଗ୍ରେସ ଉଭୟ ବିଜୟ ଦାବି କରୁଛନ୍ତି, କିନ୍ତୁ ପ୍ରାରମ୍ଭିକ ସଂଖ୍ୟା ଦର୍ଶାଉଛି ଯେ ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଉଛି। ଗଣନା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ଏବଂ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରାଯାଉଛି
ପୁଡୁଚେରୀରେ ବିଜେପି ଆଗରେ
ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି ଆଗୁଆ ରହିଛି। ୨୯ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୨ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୬ ଏବଂ ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ସରକାର ଗଠନ ପାଇଁ ବିଧାନସଭାରେ କୁହୁକ ସଂଖ୍ୟା ୧୫ ଥିବାବେଳେ ବିଜେପି ଏହି ସଂଖ୍ୟା ପ୍ରାରମ୍ଭିକ ଗଣତିରେ ଅତିକ୍ରମ କରିଛି।












Click it and Unblock the Notifications