ହାରିଗଲେ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ

ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନଙ୍କୁ କୋଲାଥୁର ଆସନରେ ହାରିବାକୁ ପଡିଛି। ସେ ସାଧାରଣ ଜନତାଙ୍କର ହୃଦୟ ଜିତିପାରି ନାହାନ୍ତି। ଏଠାକାର ଜନତା ଥାଲାପତି ବିଜୟଙ୍କୁ ଭରସା କରିଛନ୍ତି। ଏହି ଆସନ ଷ୍ଟାଲିନଙ୍କର ଶକ୍ତିଶାଳୀ ଗଡ଼ କୁହାଯାଉଥିଲା। ସେ ଏହି ଆସନରୁ କ୍ରମାଗତ ୨୦୨୧, ୨୦୧୬ ଏବଂ ୨୦୧୧ରେ ବିଜୟୀ ହୋଇଥିଲେ। ଏଥର ଥାଲାପତି ବିଜୟଙ୍କ ଦଳ ଟିଭିକେର ପ୍ରାର୍ଥୀ ଏବଂ ତାଙ୍କର ପୁରୁଣା ସହଯୋଗୀ ଭିଏସ୍‌ ବାବୁ ତାଙ୍କୁ ହରାଇ ଦେଇଛନ୍ତି। ଭିଏସ ବାବୁ ପୂର୍ବରୁ ଡିଏମକେ ସହିତ ଜଡିତ ଥିଲେ। ଏବଂ ୨୦୧୧ରେ କୋଲାଥୁର ଆସନ ପାଇଁ ଷ୍ଟାଲିନଙ୍କ ନିର୍ବାଚନ ପ୍ରଭାରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ଦଳ ଛାଡି ଏଆଇଏଡିଏମକେ ରେ ଯୋଗ ଦେଇଥିଲେ। ପରେ ୭ ଫେବୃଆରୀ, ୨୦୨୬ରେ ଟିଭିକେରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

MK Stalin lost
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+