କାଳବୈଶାଖି: ଆଜି ଏହି 8 ଜିଲ୍ଲାରେ ପ୍ରବଳ ବର୍ଷିବ
ଆଜି ମଧ୍ୟ ରାଜ୍ୟର 8 ଜିଲ୍ଲାରେ ଘଡଘଡି ସହ ଝଡବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖି ବର୍ଷା ତାଣ୍ଡବ ରହୁଛି । ପ୍ରାୟତଃ ପ୍ରତ୍ୟେକ ଦିନ ରାଜ୍ୟର କେତେକ ଜିଲ୍ଲାରେ ଲାଗାତାର କାଳବୈଶାଖି ବର୍ଷା ଜାରି ରହିଛି । ତେବେ ଆଜି ମଧ୍ୟ ରାଜ୍ୟର 8 ଜିଲ୍ଲାରେ ଘଡଘଡି ସହ ଝଡବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ସାମାନ୍ୟ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା ରହିଛି । ଏହି ସମୟରେ ୩୦ରୁ ୪୦ କିମି. ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ତେବେ ପାଣିପାଗକୁ ଦୃଷ୍ଟିରେ ରଖି ତଦନୁଯାୟୀ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଜନସାଧାରଣଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications