ଶୀତରେ ଥର ହର ସାରା ରାଜ୍ୟ, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ଶୀତ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ଶୀତ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଉକ୍ତ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ, ନୂଆପଡା, ବରଗଡ, ନବରଙ୍ଗପୁର ଏବଂ ମୟୂରଭଞ୍ଜ ଆଦି । ଆଜି ଏବଂ ଆସନ୍ତାକାଲି ଶୀତ ଲହରୀ ଥିବାରୁ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ତନ୍ମଧ୍ୟରେ ଝାରସୁଗୂଡା, ଅନୁଗୁଳ, ସୁନ୍ଦରଗଡ, ବରଗଡ, ନୂଆପଡା ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ତେବେ ରାତ୍ରୀର ତାପମାତ୍ରାରେ ଆଗାମୀ ୩ରୁ ୪ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ରାତ୍ରୀର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।












Click it and Unblock the Notifications