ଚାକିରୀ ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ
ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ଚାକିରୀ ପଛରେ ନଗୋଡ଼ାଇ ନିଜେ ନିଯୁକ୍ତିଦାତା ହେବାକୁ ଆହ୍ୱାନ ଦେଇଛନ୍ତି । ଏହା ସହିତ କଳିଙ୍ଗ ଯୁଦ୍ଧ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲା ।
ଭୁନନେଶ୍ୱର : ଚରିତ୍ର ଗଠନର ଶିକ୍ଷା ସଫଳ ଜୀବନର ପ୍ରଥଣ ପାହାଚ । ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଙ୍ଗଠିତ କରିଥାଏ । ଏହା ସହିତ ଶୃଙ୍ଖଳା, ସଚ୍ଚୋଟ୍ଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର । ତେଣୁ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବାକୁ ଆହ୍ୱାନ ଦେଲେ ଉପରାଷ୍ଚ୍ରପତି ଭେଙ୍କେୟାନାଇଡ଼ୁ ।

ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ ଛାତ୍ରାଛାତୀଙ୍କ ଜୀବନଗଠନର ମୂଳମନ୍ତ୍ର ବିଷୟରେ କହିବା ସହ ଓଡ଼ିଶାର ଗୌରବ ବିଷୟରେ ସ୍ମୃତିଚାଣ କରିଛନ୍ତି । ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ଚାକିରୀ ପଛରେ ନଗୋଡ଼ାଇ ନିଜେ ନିଯୁକ୍ତିଦାତା ହେବାକୁ ଆହ୍ୱାନ ଦେଇଛନ୍ତି । ଏହା ସହିତ କଳିଙ୍ଗ ଯୁଦ୍ଧ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲା । ପୂର୍ବ ଏସୀୟ ଦେଶମାନଙ୍କ ନୌବାଣିଜ୍ୟ ଥିଲା ଏକ ମହାନ ପରମ୍ପରା ଥିଲା ବୋଲି କହିଛନ୍ତି ଉପରାଷ୍ଚ୍ରପତି ।
ଏଥିସହିତ ଆଦିବାସୀଙ୍କ ଚାଳି ଚଳନ ସମ୍ପର୍କରେ ମଧ୍ୟ କହିଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି ଆଦିବାସୀଙ୍କ ସରଳ ଜୀବନଯାପନ ପ୍ରଶଂସନୀୟ । ରାଜ୍ୟର 23% ଜନସଂଖ୍ୟା ହେଉଛନ୍ତି ଆଦିବାସୀ । ସେମାନଙ୍କ ଆଦିବାସୀ ସଂସ୍କୃତି ହିଁ ସେମାନଙ୍କୁ ମହାମାରୀରୁ ରକ୍ଷା କରିଛି ବୋଲି ସେ କହିଛନ୍ତି । ସେମାନଙ୍କ ସର୍ବାଙ୍ଗୀନ ବିକାଶ ହେବା ଆବଶ୍ୟକ ।
ଆଜିର ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର 5 ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।












Click it and Unblock the Notifications