କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୦ ତାରିଖ ଚାଷୀଙ୍କ ମହାପର୍ବ ଅକ୍ଷୟ ତୃତୀୟାରେ କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର (ଏନ୍ଆର୍ଆର୍ଆଇ) ମୁଖ୍ୟମନ୍ତ୍ରୀ ପ୍ରାୟ ସକାଳ ୮. ୪୫ରେ ଆସି ପହଞ୍ଚିବେ । ସେଠାରେ ସକାଳ ୯.୧୦ରୁ ୯.୪୦ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ସେଠାରେ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଏହାପରେ ସଭାର ଆୟୋଜନ ହେବ । ଏଥିରେ ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ, ଏନ୍ଆର୍ଆର୍ଆଇ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ । ଏହି ସଭାରେ ବଡ଼ମ୍ବାର ଆଖୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ସଭା ପରେ 'କୃଷି ରଥ'କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ଓ ଏହା ପରେ ବିହନ ବୁଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Chief Minister

ସୂଚନା ଅନୁଯାୟୀ, ସୋମବାର ଅକ୍ଷୟ ତୃତୀୟା । ସେହି ଦିନ ଚାଷୀ ଅଖି ମୁଠି ଅନୁକୁଳ କରିବେ । ଜମିରେ ବିହନ ବୁଣିବେ । ଖରିଫରେ ଚାଷ କାମ ଏପ୍ରିଲରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ସରିବ । ହେଲେ ଏବେ ରାଜ୍ୟରେ ଚାଷୀଙ୍କ ପାଖରେ ପହଞ୍ଚି ପାରିନି ସରକାରୀ ବିହନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ଅଧିକାରୀଙ୍କ ନିକଟରେ ବିହନ ଗଚ୍ଛିତ ହୋଇ ଥିଲେ ମଧ୍ୟ ତାହା ଚାଷୀଙ୍କ ନିକଟରେ ପହଞ୍ଚି ପାରିନି । ଏଭଳି ସ୍ଥିତିରେ ଚାଷୀ କେମିତି ଅକ୍ଷୟ ତୃତୀୟା ପରେ ବିହନ ବୁଣିବ, ତାକୁ ନେଇ ଚିନ୍ତାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+