ଟ୍ରମ୍ପଙ୍କ ଧମକ ପରେ ଆଲୋଚନାରୁ ପଛକୁ ହଟିଲା ତେହେରାନ

ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ । ପାକିସ୍ତାନ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ସହ ଦ୍ୱିତୀୟ ଆଲୋଚନାରେ ଇରାନ୍ ଅଂଶଗ୍ରହଣ କରିବ ନାହିଁ ବୋଲି ଇରାନ ଷ୍ଟେଟ ମିଡ଼ିଆ ରିପୋର୍ଟ କରିଛି । ଆମେରିକା ପ୍ରତିନିଧି ପାକିସ୍ତାନ ଯିବା ନେଇ ଟ୍ରମ୍ପ କହିବାର କିଛି ଘଣ୍ଟା ପରେ ଇରାନ ଏଥିରେ ସାମିଲ ହେବନାହିଁ ବୋଲି କହିଛି । ୱାଶିଙ୍ଗଟନ୍‌ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଏବଂ ଇରାନୀୟ ବନ୍ଦରଗୁଡ଼ିକର ଯୁକ୍ତରାଷ୍ଟ୍ର ନୌସେନା ଅବରୋଧ ଯୋଗୁ ତେହେରାନ୍ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇରାନ୍‌ର ପ୍ରଥମ ଉପ-ରାଷ୍ଟ୍ରପତି ଯୁକ୍ତରାଷ୍ଟ୍ରର ଆଲୋଚନା ଢଙ୍ଗକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେରିକା ପିଲାଙ୍କ ପରି ଅସ୍ଥିର ବ୍ୟବହାର କରୁଛି ।

Tehran
ଚାପ ପକାଇ ଯୁଦ୍ଧବିରାମ ଏବଂ ଆଲୋଚନା ଚାହୁଁଛନ୍ତି ଏବଂ ଏହା ପରେ ଆହୁରି ଅଧିକ କଠୋର ମନୋଭାବ ଗ୍ରହଣ କରୁଛନ୍ତି । ତେବେ ହ୍ୱାଇଟ୍ ହାଉସ୍ କହିଛି, ଆଲୋଚନା ପାଇଁ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଇସଲାମାବାଦ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ପାକିସ୍ତାନ ଆଲୋଚନା ପାଇଁ ନିଜ ରାଜଧାନୀରେ ସୁରକ୍ଷା ଆହୁରି କଡ଼ାକଡ଼ି କରିଛି । ଯାହା ଏବେ ପ୍ରାୟ ବିଫଳ ହେବା ପରି ଦେଖାଯାଉଛି । ତେହେରାନ୍‌ର ଏହି ନିଷ୍ପତ୍ତି ଏକ ଆକସ୍ମିକ ପରିବର୍ତ୍ତନ ବୋଲି କୁହାଯାଉଛି । କାରଣ ପୂର୍ବରୁ ଇରାନ ଆଲୋଚନା ଟେବୁଲକୁ ଯିବାକୁ କହିଥିଲା କିନ୍ତୁ ଟ୍ରମ୍ପଙ୍କ ନୂଆ ଧମକ ସେମାନଙ୍କ ମନ ବଦଳାଇ ଦେଇଥିବା ପରି ଦେଖାଯାଉଛି ।

ଅନ୍ୟପଟେ ଆମେରିକାରେ ପୁଣି ଗୁଳିକାଣ୍ଡ । ଏଥିରେ ୮ ଶିଶୁଙ୍କ ଜୀବନ ଯାଇଛି । ଆମେରିକାର ଲଇସିଆନାରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଆତତାୟୀ ଆଖିବୁଜା ଗୁଳିମାଡ଼ କରିଛି । ଫଳରେ ୮ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ୮ ଶିଶୁ ଭିତରେ ଜଣେ ବର୍ଷକର ଶିଶୁ ବି ରହିଛି । ପୁଲିସ ଗୁଳିରେ ଆତତାୟୀର ମୃତ୍ୟୁ ଘଟିଛି । ପାରିବାରିକ ବିବାଦରୁ ଗୁଳିମାଡ଼ ହୋଇଥିବା କୁହାଯାଉଛି । ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+