ଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୪ ଚିତା
ଦକ୍ଷିଣ ଆଫ୍ରିକାରୁ ଆଉ ୪ଟି ଚିତା ଭାରତ ଆସିଥିବାବେଳେ ସେମାନଙ୍କୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ନିକଟସ୍ଥ ବାନେରଘାଟା ନ୍ୟାସନାଲ ପାର୍କରେ ରଖାଯାଇଛି। ଦୀର୍ଘ ସତୁରି ବର୍ଷ ପରେ କର୍ଣ୍ଣାଟକରେ ପ୍ରଥମ ଥର ଚିତା ଦେଖିବାକୁ ମିଳିଛି।
ଏଥର ଆସିଥିବା ଚିତାଙ୍କ ମଧ୍ୟରେ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ସାମିଲ ଥିବା କୁହାଯାଇଛି। ଏମାନଙ୍କୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରଖାଯିବା ସହ ପ୍ରାଣୀ ଡାକ୍ତର ସୁପାରିସ କରିଥିବା ଖାଦ୍ୟ ଦିଆଯିବ। ଭାରତୀୟ ଜଳବାୟୁ ଓ ବାତାବରଣ ସହ ସ୍ବାଭାବିକ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛଡାଯିବ ବୋଲି ଜଣାପଡିଛି।













Click it and Unblock the Notifications