ଆଇପିଏଲ୍ ଟକ୍କର; ସଂଧ୍ୟାରେ ସରପଞ୍ଚ ସେନା ଏବଂ ଟିମ୍ ପନ୍ତ ମଧ୍ୟରେ ଲଢ଼େଇ

ସଂଧ୍ୟାରେ ଟେବୁଲ ଟପ୍ପର ପଞ୍ଜାବ ଘରୋଇ ଗ୍ରାଉଣ୍ଡ୍‌ରେ ରିଷଭ ପନ୍ତଙ୍କ ଲକ୍ଷ୍ନୌ ଦଳକୁ ଭେଟିବ । ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ହାରି ନଥିବା ପଞ୍ଜାବ ଆଧିପତ୍ୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ । ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳର ଉତ୍‌ଥାନ ପତନ ଲାଗି ରହିଛି । ୫ଟି ମ୍ୟାଚରୁ ଇତି ମଧ୍ୟରେ ମାତ୍ର ୨ଟି ବିଜୟ ସହ ୪ ପଏଣ୍ଟ ଅର୍ଜନ କରିଥିବା ଏଲଏସଜି ଯଥା ସମ୍ଭବ ସହଳ ବିଜୟଧାରାକୁ ଫେରିବାକୁ ତତ୍ପର । ଯାହାଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

IPL clash

ପଞ୍ଜାବ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଥିବାରୁ ଆଜିର ମ୍ୟାଚରେ ଦଳରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମାତ୍ର ଲକ୍ଷ୍ନୌକୁ ବ୍ୟାଟିଂ ବିଭାଗରେ ଯଥେଷ୍ଟ ଉନ୍ନତି ଆଣିବାକୁ ହେବ । ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନଙ୍କ ଭଳି ଦୁର୍ଦ୍ଧର୍ଷ ବିଦେଶୀ ବ୍ୟାଟରମାନେ ଏପର୍ଯ୍ୟନ୍ତ ନିରାଶ କରିଛନ୍ତି । ଫଳରେ ରିଷଭ ପନ୍ତଙ୍କ ଉପରେ ସବୁ ଦୋଷ ଲଦି ଦିଆଯାଉଛି । ଦଳର ବିଜୟ ପାଇଁ ଏହି ୩ ଖେଳାଳି ଫର୍ମକୁ ଫେରିବା ଜରୁରି ।

ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୬ଥର ଭେଟିଛନ୍ତି ଓ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ପଞ୍ଜାବ ଉଭୟ ମ୍ୟାଚ ଜିତିଥିଲା । ମୁଲନପୁର ସ୍ଥିତ ମହାରାଜା ୟାଦବିନ୍ଦ୍ର ସିଂହ ଷ୍ଟାଡ଼ିୟମର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ରାତ୍ରିରେ କାକର ପ୍ରଭାବ ରହୁଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍‌, ବିଜୟ କୁମାର ବୈଶାଖ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।

ଲକ୍ଷ୍ନୌ: ମିଚେଲ ମାର୍ଶ, ଆଡେନ ମାରକ୍ରମ, ରିଷଭ ପନ୍ତ (ଅଧିନାୟକ), ନିକୋଲାସ ପୂରନ, ଆୟୂଷ ବାଦୋନି, ଅବଦୁଲ ସମଦ, ମୁକୁଲ ଚୌଧୁରୀ, ଜର୍ଜ ଲିଣ୍ଡେ, ମହମ୍ମଦ ସାମି, ଅଭେଶ ଖାନ, ଦିଗବେଶ ରାଠି, ପ୍ରିନ୍ସ ଯାଦବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+