ମଲରେ ଆରମ୍ଭ ହେଲା ଟିକାକରଣ : ଏକ୍ସପ୍ଲାନେଡ୍ ମଲରେ 45ରୁ ଅଧିକ ବୟସ୍କଙ୍କୁ ଦିଆଗଲା ଟିକା
ଏକ୍ସପ୍ଲାନେଡ୍ ମଲରେ 45ରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି
ଭୁବନେଶ୍ୱର : ଲକଡାଉନ୍ ସମୟରେ ଟିକାକରଣକୁ ଯୋରଦାର୍ କରାଯାଇ କରେନାକୁ ପ୍ରତିରୋଧ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଏହାକୁ ନେଇ ରାଜଧାନୀର ବିଭିନ୍ନ ଟିକାକରଣ ସ୍ଥାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ସେହିପରି ଲୋକ ଟିକା ପାଇଁ ସ୍ଲଟ ପାଉ ନଥିବା ମଧ୍ୟ ଅଭିଯୋଗ କରୁଛନ୍ତି । ଏହାକୁ ନଜରରେ ରଖି ଭୁବନେଶ୍ୱର ମୁନିସିପାଲଟି କର୍ପୋରେସନ୍ (ବିଏମସି) ପକ୍ଷରୁ ମଲରେ ଟିକାକରଣ ଆଜି ଠାରୁ ଆରମ୍ଭ କରାଯାଇଛି । ଏକ୍ସପ୍ଲାନେଡ୍ ମଲରେ 45ରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି ।

ଏକ୍ସପ୍ଲାନେଡ୍ ମଲର ପାର୍କିଂ ଠାରେ ଏହି ଟିକାକରଣ ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ଏଠାରେ ଟିକା ଦେବାକୁ ସ୍ଲଟ ବଂଟା ଯାଇଥିଲା । ଲୋକେ ଲାଇନରେ ଆସି ଟିକା ନେଉଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନାଥାଉକି, ବିଏମସି ପକ୍ଷରୁ ଦୈନିକ 200ରୁ 300 ଲୋକଙ୍କୁ ଟିକା ଦେବାକୁ ସ୍ଲଟ ବୁକିଂ ହେଉଛି । ଯାହାର ସ୍ଲଟ ବୁକିଂ ହେଉଛି ତାଙ୍କ ମୋବାଇଲକୁ ମେସେଜ ଯାଉଛି । ଯେଉଁମାନଙ୍କ ସ୍ଲଟ ଆବଣ୍ଟନ ହୋଇଥିବ, ସେମାନଙ୍କୁ ମଲ ପାର୍କିଂ ଅଞ୍ଚଳକୁ ଛଡାଯିବ ଏବଂ ସେମାନେ ଦ୍ୱିତୀୟ ଡୋଜ ଟିକା ନେଇପାରିବେ ବୋଲି ବିଏମସି ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ।












Click it and Unblock the Notifications