ଏହି ସବୁ ଜିଲ୍ଲାରେ ଆଜି ଅଗ୍ନିବର୍ଷା : 28 ଯାଏଁ ରାଜ୍ୟରେ ଜାରି ରହିବ ହିଟ୍ଓ୍ୱେଭ୍
ରାଜ୍ୟରେ ଆହୁରି ବଢ଼ିବ ତାତି । ଦିନ ଭଳି ରାତିରେ ମଧ୍ୟ ଗରମ ଛଟପଟ କରିବ
ଭୁବନେଶ୍ୱର : ରାଜ୍ୟରେ ଆହୁରି ବଢ଼ିବ ତାତି । ଦିନ ଭଳି ରାତିରେ ମଧ୍ୟ ଗରମ ଛଟପଟ କରିବ । ପାଣିପାଗ ବିଭ୍ଗାର ସୂଚନା ଅନୁସାରେ କଟକ, ଖୋର୍ଦ୍ଧା ଓ ନୟାଗଡରେ ଅଗ୍ନିବର୍ଷା ହେବ । 28 ପର୍ଯ୍ୟନ୍ତ ଭୁବନେଶ୍ୱର ତାତି 40 ଡିଗ୍ରୀରୁ ଖସିବନି । ଦକ୍ଷିଣ ଓଡ଼ିଶାରେ 29 ରୁ 1 ତାରିଖ ପର୍ଯ୍ୟନ୍ତ କେତେକ ଜାଗାରେ ପାରଦ 2 ଡିଗ୍ରୀ ବଢ଼ିପାରେ । ଉତ୍ତର ଓଡ଼ିଶାରେ 30 ସୁଦ୍ଧା କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଅପରପକ୍ଷରେ ଆସନ୍ତା ଏପ୍ରିଲ 1 ରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହା ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଣ୍ଡାମାନ ଆଡ଼କୁ ମୁହାଁଇବ ।

ପରେ ମିଆଁମାର ଯାଇପାରେ । ଫଳେ 29ରୁ 31 ତାରିଖ ଭିତରେ ସମୁଦ୍ରକୂଳିଆ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି । ଭୁବନେଶ୍ୱରରେ 29 ଓ ଏପ୍ରିଲ 2ରୁ 4 ତାରିଖ ଭିତରେ କାଳବୈଶାଖୀ ହୋଇପାରେ । ଆହୁରି ମଧ୍ୟ
ପାଣିପାଗ ବିଭାଗ କହିଛି, ଶନିବାର ଠାରୁ 30 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କେତେକ ଜାଗାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କିଛି ଜାଗାରେ 30ରୁ 40 କିମି ପବନ ସହ ଧୂଳିଝଡ଼ ଆଶଙ୍କା ଅଛି । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳର କେତେକ ଜାଗାରେ କାଳବୈଶାଖୀ ହୋଇପାରେ। ତଥାପି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ଆସନ୍ତା 4 ଦିନ ପର୍ଯ୍ୟନ୍ତ ଅନେକ ଜାଗାରେ ତାପମାତ୍ରା କମିବ ନାହିଁ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications