Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ସେବାୟତ ନେଲେ କରୋନା ଟିକା : ଦିନକୁ 100 ରୁ ଅଧିକ ଜଣଙ୍କୁ ଦିଆଯିବ

ଆଜି ଶ୍ରୀମନ୍ଦିର ସେବାୟତମାନଙ୍କୁ କୋଭିଡ ଟିକା ଦିଆଯାଉଛି

ପୁରୀ : ଆଜି ଶ୍ରୀମନ୍ଦିର ସେବାୟତମାନଙ୍କୁ କୋଭିଡ ଟିକା ଦିଆଯାଉଛି। ଲୋକନାଥ ରୋଡର ପ୍ରତିହାରି ନିଯୋଗର ବୈଠକ ଗୃହରେ ଏହି ଟିକା ଦିଆଯାଉଛି । ପ୍ରତି ଦିନ ଶହେ ଜଣଙ୍କୁ ଟିକା ଦିଆଯିବ । 60 ବର୍ଷରୁ ଉର୍ଧ୍ୱ ସେବାୟତଙ୍କ ସମେତ ଯେଉଁମାନଙ୍କର ଡାଏବେଟିସ୍, ଉଚ୍ଚ ରକ୍ତଚାପ ଓ କ୍ୟାନସର ଭଳି ରୋଗ ଥିବା ସେମାନେ ମଧ୍ୟ ଆଲୋଚନା କରି ଟିକା ନେଇ ପାରିବେ ।

ପୁରୀ ଶ୍ରୀମନ୍ଦିର

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଟୀକାକରଣରେ ପ୍ରଥମେ ପାଳିଆ ସେବାୟତଙ୍କୁ ସାମିଲ କରାଯାଇଛି । ସେହିପରି 45ରୁ 59 ବର୍ଷ ବୟସର ସେବାୟତ ଯେଉଁମାନଙ୍କର ଉକ୍ତ ରୋଗ ରହିଛି ସେମାନେ ମେଡିକାଲ ପ୍ରେସକ୍ରିପସନ ଓ ଆଧାର କାର୍ଡ ଦେଖାଇ ଟିକା ନେଇ ପାରିବେ । ପ୍ରଥମେ ପୁରୁଷ ସେବାୟତଙ୍କୁ ଟିକା ଦିଆଯାଉଛି । ଆଜି ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଦ୍ୱି ସପ୍ତାହ ମଧ୍ୟରେ ଶେଷ କରିବାକୁ ଲକ୍ଷ ରଖାଯାଇଥିବା ପୁରୀ ସିଡିଏମଓ ଗଣମାଧ୍ୟମକୁ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+