ବଦଳିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( ବିଏମସି) କମିଶନର । ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୟ କୁମାର ସିଂ ହେଲେ ନୂଆ BMC କମିଶନର ।
ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( ବିଏମସି) କମିଶନର । ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୟ କୁମାର ସିଂ ହେଲେ ନୂଆ BMC କମିଶନର । BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ହେଲେ GA ବିଭାଗ OSD ।

ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ସହିତ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ତା'ସହିତ ତାଙ୍କୁ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରେମଚାନ୍ଦ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଓଏସ୍ଡି ଭାବେ ନୂଆ ନିଯୁକ୍ତି ମିଳିଛି।
ସଞ୍ଜୟ କୁମାର ସିଂହଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଡ. କ୍ରିଷନ କୁମାରଙ୍କୁ ଇଡ୍କୋର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।












Click it and Unblock the Notifications