ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ
ଏବେବି ସମାଜରେ ବଞ୍ଚିରହିଛି ଜାତିଭେଦ, କୁସଂସ୍କାର। ଯାହାର ଶିକାର କେବଳ ସାଧାରଣ ଲୋକ ନୁହେଁ ନେତା ବି ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଯିଏକି ଗତ ୧୨ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ପୂର୍ବରୁ ହୁଏତ ଆପଣମାନେ ଶୁଣିଥିବେ ଜାତିଭେଦ କଥା। ଯାହାକି ସାଧାରଣତଃ ଗାଁ ଗାଉଁଲିରେ ଅଧିକ ଦେଖିବାକୁ ମିଳେ। ଜଣେ ଯଦି ନିଜ ଜାତି ଛଡ଼ା ଅନ୍ୟ ଜାତିରେ ବିବାହ କରେ ତାକୁ ଜାତିଭେଦର ଶିକାର ହେବାକୁ ପଡେ। ଯଦିଓ ଏହି ଘଟଣା ପୂର୍ବରୁ ପ୍ରାୟ ଜାଗାରେ ଦେଖିବାକୁ ମିଳୁଥିଲା।
ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ । ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ । ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି ।ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ନିଷ୍ପତ୍ତି । ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି । ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନି ।












Click it and Unblock the Notifications