ଦିନରେ ଜଳିବ, ସନ୍ଧ୍ୟା ବେଳା ଆସିବ କାଳବୈଶାଖୀ !

ଶୁକ୍ରବାର (ଆଜି) ଠାରୁ ରାଜ୍ୟରେ ତାତି ବଢିବା ସହ ଅପରାହ୍ନରେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କେନ୍ଦ୍ରୀୟ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ଅଧିକ ରହିବ ।

ଭୁବନେଶ୍ୱର: ଶୁକ୍ରବାର (ଆଜି) ଠାରୁ ରାଜ୍ୟରେ ତାତି ବଢିବା ସହ ଅପରାହ୍ନରେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କେନ୍ଦ୍ରୀୟ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଏପରିକି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ସେପଟେ ଆସନ୍ତା 22 ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ମଧ୍ୟ ହୋଇପାରେ ।

Odisha Weather Update

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଗରମ ଜାରି ରହିବ । ଶୁକ୍ରବାର ଠାରୁ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ଆଶଙ୍କା ଅଛି । ୨୧ ଓ ୨୨ ତାରିଖରେ କେତେକ ଜାଗାରେ ବର୍ଷା ହୋଇପାରେ ।

ଡକ୍ଟର ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶା ଛତିଶଗଡ଼, ତେଲେଙ୍ଗାନା ଓ ପୂର୍ବ ମହାରାଷ୍ଟ୍ରରେ ତାପମାତ୍ରା ରାଜସ୍ଥାନ ଓ ସଂଲଗ୍ନ ଉତ୍ତର ପଶ୍ଚିମ ଭାରତଠାରୁ ଅଧିକ ରହୁଛି । ଏହା ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ରହିବ । ଆସନ୍ତା ୨୩ରୁ ଉତ୍ତର ପଶ୍ଚିମ ଭାରତ ଅଧିକ ଗରମ ରହିବ । ସେଠାରୁ ତତଲା ପବନ ପ୍ରବାହ ଯୋଗୁ ରାଜ୍ୟରେ ଗରମ ପୁଣି ବଢ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+