ମୁଣ୍ଡଳୀରେ ଓଡ୍ରାଫ ବୋଟ୍ ଦୁର୍ଘଟଣା: ଏବେ ବି ନିଖୋଜ ଅଛନ୍ତି ଓଡ୍ରାଫ୍ ଟିମର ଜଣେ ସଦସ୍ୟ
ହାତୀ ଉଦ୍ଧାର ଅପରେସନ ବେଳେ ମହାନଦୀ ବୋଟ୍ ଦୁର୍ଘଟଣାରେ ଓଡ୍ରାଫ୍ କର୍ମଚାରୀ ସଦସ୍ୟ ସୀତାରାମ ମୁର୍ମୁ ନିଖୋଜ ଅଛନ୍ତି।
ଭୁବନେଶ୍ୱର: ହାତୀ ଉଦ୍ଧାର ଅପରେସନ ବେଳେ ମହାନଦୀ ବୋଟ୍ ଦୁର୍ଘଟଣାରେ ଓଡ୍ରାଫ୍ କର୍ମଚାରୀ ସଦସ୍ୟ ସୀତାରାମ ମୁର୍ମୁ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପର୍ତ୍ତା ମିଳିନାହିଁ। ଏବେ ମହାନଦୀରେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି।

ସେପଟେ ଉଦ୍ଧାର ହୋଇଥିବା ଓଟିଭି ରିପୋର୍ଟର ଅରନ୍ଦିମ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ସମେତ ୫ ଓଡ୍ରାଫ କର୍ମଚାରୀଙ୍କୁ ଗୁରୁତର ଆବସ୍ଥାରେ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଭାତଙ୍କ ସମେତ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିଲା ଓଡ୍ରାଫ ଟିମ । ଏକ ରବର ବୋଟରେ ଥିଲେ ଓଟିଭି ରିପୋର୍ଟରଙ୍କ ସମେତ ଓଡ୍ରାଫ ଟିମର 6 ଜଣ ସଦସ୍ଯ। ମାତ୍ର ଓଡ୍ରାଫ ଟିମର ବୋଟ ପାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ ।












Click it and Unblock the Notifications