ମେ’ ୫ରୁ ସମ୍ପୂର୍ଣ୍ଣ ଲକଡାଉନ ରାଜ୍ୟ: ଜାଣନ୍ତୁ; କଣ ରହିବ ଖୋଲା, କଣ ରହିବ ବନ୍ଦ ?
ଚଳିତ ମେ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ସାରା ଓଡିଶାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ସମୟ ମଧ୍ୟରେ ଜାଣନ୍ତୁ, କଣ ରହିବ ଖୋଲା, କଣ ରହିବ ବନ୍ଦ....
ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଲକଡାଉନ । ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନଜରେର ରଖି ୧୪ ଦିନ ପାଇଁ ସାରା ରାଜ୍ୟକୁ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ଚଳିତ ମେ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ସାରା ଓଡିଶାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ସମୟ ମଧ୍ୟରେ ଜାଣନ୍ତୁ, କଣ ରହିବ ଖୋଲା, କଣ ରହିବ ବନ୍ଦ....
ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ସେହିପରି ଟ୍ୟାକ୍ସି, ଅଟୋ, ସାଇକେଲ, ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି। ଛାପା, ବୈଦୁ୍ୟତିକ ଗଣମାଧ୍ୟମ,ୱେବ୍ ମିଡିଆକୁ ଅନୁମତି। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ, ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ, ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ । ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ । ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ ।
ଲକଡାଉନରେ କ'ଣ ରହିବ ଖୋଲା ?
- ଲକଡାଉନରେ ଜାରି ରହିବ ଜୁରୀ ସେବା
- ହସ୍ପିଟାଲ, ନର୍ସିଂହୋମ, ଓୌଷଧ ଦୋକାନ ଖୋଲା ରହିବ
- ରାସନ ଦୋକା, ଗ୍ରୋସରୀ ଓ ଫଳ ଦୋକାନ ଖୋଲା ରହିବ
- ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ
- ସୋମବାର ସକାଳ 6ରୁ 12 ଯାଏ ଏସବୁ ଖୋଲା
- ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ
- ଫ୍ଲିପକାର୍ଟ, ଆମାଜନ ଓ ଜୋମାଟୋ ଆଦିର ଡିଲିଭରି ବୟଙ୍କୁ ଅନୁମତି
- ଛାପା, ବୈଦ୍ୟୁତିକ ଗଣମାଧ୍ୟମ ଓ ଓ୍ୱେବ ମିଡିଆକୁ ଅନୁମତି
- ପେଟ୍ରୋଲ ପମ୍ପ ଓ ରନ୍ଧନ ଗ୍ୟାସ ଯୋଗାଣକୁ ଅନୁମତି
- କୃଷି କାର୍ଯ୍ୟ ଜାରିବ
ଲକଡାଉନରେ ଏସବୁ ବନ୍ଦ
- ଜରୁରୀକାଳୀନ ସେବା ବାଦ୍ ସମସ୍ତ ଆତଯାତ ମନା
- ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
- ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ବୈଠକ ମନା
- ଟାକ୍ସି, ଅଟୋ ଓ ସାଇକେଲ୍ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ
- ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ
- ଯାତ୍ରା, ଅପେରା ଓ ଖୋଲା ମଞ୍ଚ ସଂପୂର୍ଣ୍ଣ ବନ୍ଦ ରହିବ
- ସେଲୁନ୍, ପାର୍ଲର ଓ ସ୍ପା ରହିବ ସଂପୂର୍ଣ୍ଣ ବନ୍ଦ
- ସାମାଜିକ, ଧାର୍ମିକ, କ୍ରୀଡା, ରାଜନୈତିକ ସମାବେଶ ବନ୍ଦ
- ସାପ୍ତାହିକ ଓ ଦୈନିକ ହାଟ ଚାଲି ପାରିବ ନାହିଁ
- ଧର୍ମାନୁଷ୍ଠାନରେ କେବଳ ନୀତି ଚାଲିବ, ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ












Click it and Unblock the Notifications