କରୋନାର କରାଳ ରୂପ: ଶବଦାହ କ୍ଷମତା ବଢାଉଛି ଓଡିଶା

ରାଜ୍ୟରେ ପ୍ରତିଦିନ ହାରାହାରି 20 କୋଭିଡ ମୃତ୍ୟୁ ଜନିତ ମାମଲା ସାମ୍ନାକୁ ଆସୁଛି । ତଥାପି ସମଗ୍ର ରାଜ୍ୟରେ ଶବଦାହ କ୍ଷମତାକୁ ବିସ୍ତାର କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକରା । ଯାହା ମୃତ୍ୟୁହାରର ଏକ ରିପୋର୍ଟକୁ ସୂଚାଉଛି।

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ହାରାହାରି 20 କୋଭିଡ ମୃତ୍ୟୁ ଜନିତ ମାମଲା ସାମ୍ନାକୁ ଆସୁଛି । ତଥାପି ସମଗ୍ର ରାଜ୍ୟରେ ଶବଦାହ କ୍ଷମତାକୁ ବିସ୍ତାର କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକରା । ଯାହା ମୃତ୍ୟୁହାରର ଏକ ରିପୋର୍ଟକୁ ସୂଚାଉଛି। ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ପ୍ରତିଦିନ ହାରାହାରି 10,000 ରୁ ଅଧିକ ରହୁଛି ।

coronavirus

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ରାଜଧାନୀର ଏକ ଅଶଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ଚାରିଟି କୋଭିଡ ଜନିତ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସୁଛି । ସତ୍ୟନଗର ଶ୍ମସାନରେ ଅଧିକାଂଶ ମୃତଦେହକୁ ଦାହ କରାଯାଉଛି। ତେବେ ରାଜ୍ୟରେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ସତ୍ୟନଗର ଶ୍ମସାନରେ ସମସ୍ତ ଶବଦାହ ଅସମ୍ଭବ ହୋଇପଡିଛି ।

ନୂତନ ଭାବେ ନିଯୁକ୍ତ ଭୁବନେଶ୍ୱର ମ୍ୟୁନିସିପାଲିଟି କମିଶନର ଅଧିକାରୀମାନଙ୍କୁ ଆସନ୍ତା 25 ତାରିଖ ସୁଦ୍ଧା ପଟିଆ ନିକଟରେ ଅନ୍ୟ ଏକ ଶବଦାହ ସ୍ଥାନ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ଏଲପିଜି ଏବଂ ଜାଳେଣି ପ୍ରକ୍ରିୟାରେ ଶବଦାହକୁ ତ୍ୱରାନ୍ୱିତ କରାଯିବ।
ସେପେଟେ କରୋନା ରୋଗୀଙ୍କ ଶବଦାହ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରର ଗୋଟିଏ ସ୍ଥାନରେ କରାଯାଇଥିଲା, ବର୍ତ୍ତମାନ ଚାରୋଟି ନୂତନ ସ୍ଥାନରେ (ଗୋଟିଏ ସମ୍ବଲପୁରରେ ଏବଂ ତିନିଟି ବୁର୍ଲାରେ) କରାଯାଇଛି। ତେବେ ସମ୍ବଲପୁରର ରାଜଘାଟ ଶ୍ମଶାନକୁ ବନ୍ଦ କରି ଦିଆଯାଇଛି।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାରୁ ଆସିଥିବା ଗ୍ରାଉଣ୍ଡ ରିପୋର୍ଟ ମଧ୍ୟ ସରକାରୀ ମୃତ୍ୟୁ ସଂଖ୍ୟାକୁ ବିରୋଧ କରୁଛି । ଗତବର୍ଷ ଜିଲ୍ଲା ପ୍ରଶାସନ କୋଭିଡ ମୃତ୍ୟୁକୁ 46 ଦର୍ଶାଇଥିଲା । ମାତ୍ର ସିଦ୍ଧେଶ୍ୱର ନାୟକ, କେନ୍ଦୁଝରର ଏକ ଶ୍ମସାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି, ଗତବର୍ଷ ଠାରୁ ସେ ପ୍ରାୟ 150 ଟି ମୃତଦେହକୁ ସତ୍କାର କରିସାରିଛନ୍ତି । ସେହିପରି ଗତମାସଠୁ ପ୍ରତିଦିନ ପ୍ରାୟ ସେ 12ରୁ 13ଟି ମୃତହେବ ସତ୍କାର କରୁଛନ୍ତି । ତେବେ ପ୍ରତିଟି ମୃତଦେବ ପିପିଇ କିଟ ସହ ଶ୍ମସାନରେ ପହଞ୍ଚୁଥିବା ସେ କହିଛନ୍ତି ।

ସେହିପରି ମୃତ୍ୟୁ ତଥ୍ୟରେ ଅନିୟମିତା ମଧ୍ୟ ନୂଆପଡା ଜିଲ୍ଲାରେ ଦେଖିବାକୁ ମିଳିଛି । ସରକାରଙ୍କ କୋଭିଡ ବୁଲେଟିନ ଅନୁଯାଇ, ଗତବର୍ଷଠାରୁ 38 ଜଣ ବ୍ୟକ୍ତି ଜିଲ୍ଲାରେ କୋଭିଡ ଯୋଗୁଁ ପ୍ରାଣ ହରାଇଛନ୍ତି । ମାତ୍ର କୋଭିଡର ଦ୍ୱିତୀୟ ଲହରୀରେ କେବଳ ନୂଆପଡାସ୍ଥିତ କୋଭିଡ ଡାକ୍ତରଖାନାରେ 70 ରୁ ଅଧିକ ମୃତ୍ୟୁ ଘଟିଥିବାର ଖବର ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+