Corona Update: ଦୁଇ ହଜାର ତଳେ ଦୈନିକ ସଂକ୍ରମଣ, ହେଲେ କମୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଲଗାତାର ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୩୦ କରୋନା ପଜିଟିଭ। ହୋଇଛନ୍ତି। ସେହିପରି ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୩୦ କରୋନା ପଜିଟିଭ। ହୋଇଛନ୍ତି। ଏମାନଙ୍କ ମଧ୍ୟର କ୍ୱାରେଣ୍ଟାଇନରୁ ୧,୧୧୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୮୧୩ ରହିଛି । ସେହିପରି ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

Corona Update

ତେବେ ଆଜି ଆକ୍ରନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୩,୬୭୫ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୯୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ୯,୧୫,୪୦୦ ଜଣ କରୋନାକୁ ମାତ୍‌ ଦେଇଛନ୍ତି। ରାଜ୍ୟରେ ଏବେ ମୋଟ ଆକ୍ଟିଭ ସଂଖ୍ୟା ୨୩,୪୯୨ ରହିଛି। ସେହିପରି ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪, ୭୩୦କୁ ବୃଦ୍ଧି ପାଇଛି।

ତେବେ ସବୁଠାରୁ ଅଧିକ ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ସବୁଠାରୁ ଅଧିକ। ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୪୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଖି ବୁଜିଛନ୍ତି ୧୭ ଜଣ ରୋଗୀ। ସେହିପରି ଅନୁଗୁଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗିରରୁ ୧, ବୌଦ୍ଧରୁ ୩, କଟକରୁ ୨୨୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬୨, ଗଜପତିରୁ ୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୫, ଯାଜପୁରରୁ ୧୨୫, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, କେନ୍ଦ୍ରାପଡ଼ାରୁ ୧୨୩, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡରୁ ୫୮, ନୂଆପଡ଼ାଅରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୯୪ ଏବଂ ଷ୍ଟେଟପୁଲରୁ ୭୫ ରୋଗୀ ଚିହ୍ନଟ ହୋଇଛନ୍ତି।

ସୂଚନାଥାଉ କି, ୨୪ ଘଣ୍ଟାରେ ୬୨ ହଜାର ୪୧୦ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ରାଜ୍ୟରେ ପଜିଟିଭିଟି ହାର ୩.୦୯% ରହିଛି। ସେହପରି ଖୋର୍ଦ୍ଧା ଜିଲ୍ଲା ପରେ ଗଞ୍ଜାମରୁ ୭ ସର୍ବାଧିକ ରୋଗୀଙ୍କ ମୃତ୍ୟୁ ଘଟିଛି।

ସେହପରି ବରଗଡ଼ ଓ ମୟୂରଭଞ୍ଜରୁ ୬ ଲେଖାଏଁ, ସୁନ୍ଦରଗଡ଼ରୁ ୫, ପୁରୀରୁ ୪, ଅନୁଗୁଳ ଓ ଯାଜପୁରରୁ ୩ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ବଲାଙ୍ଗିର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ୨ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ସେହିପରି ବାଲେଶ୍ୱର, କନ୍ଧମାଳ, ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+