Corona Update: ରାଜ୍ୟରେ ୧୫ଶହ ତଳକୁ ଖସିଲା ଦୈନିକ ସଂକ୍ରମଣ ସଂଖ୍ୟା

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ହଜାର ୯୬୬ରେ ପହଞ୍ଚିଛି ।

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ହଜାର ୯୬୬ରେ ପହଞ୍ଚିଛି । ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ ଶୂନ ସଂକ୍ରମଣ । କ୍ବାରେଣ୍ଟାଇନରୁ ୮୩୨, ଲୋକାଲ କେସ୍ ୬୦୫ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୯୬୬କୁ ବୃଦ୍ଧି ପାଇଛି।

Corona Update

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଥିବା ବେଳେ କଟକରୁ ୧୯୦, ପୁରୀରୁ ୧୪୬, ଅନୁଗୋଳରୁ ୪୭, ବାଲେଶ୍ୱରରୁ ୬୪, ବରଗଡ଼ରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୧, ଗଜପତିରୁ ୩, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୮୬, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୧୯, କୋରାପୁଟରୁ ୫, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୬, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୬, ସୋନପୁରରୁ ୧୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୯ ଜଣ ଅଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

୧୪୩୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୬ ହଜାର ୮୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ ହଜାର ୮୫୮ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୪ ଜଣ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ ଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଅନୁଗୋଳ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+