ଗୃହରେ ଶାସକ ବିଜେଡି ଓ ବିରୋଧୀ ମୁହାଁମୁହିଁ, ଗୃହରେ ଅଚଳାବସ୍ଥା ଜାରି
ଆଜି 3ୟ ଦିନ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଜାରି ହୋଇଛି । ଗୃହରେ ପୁଣି ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ସାଢେ ୧୧ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପଚି।
ଭୁବନେଶ୍ୱର: ଦିନକ ବିରତି ପରେ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେସନର 2ୟ ପର୍ଯ୍ୟୟ । ଆଜି 3ୟ ଦିନ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଜାରି ହୋଇଛି । ଗୃହରେ ପୁଣି ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ସାଢେ ୧୧ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପଚି।

ସେପେଟେ ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ। କ୍ଷମା ମାଗିବାକୁ ଦାବି କରି ଆଜି ମଧ୍ୟ ଗୃହ ଆରମ୍ଭରୁ ଅଚଳାବସ୍ଥା। ଆତ୍ମହତ୍ୟା ଉଦ୍ୟମ କରି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାର ଗରିମା ଓ ମର୍ଯ୍ୟାଦା କ୍ଷୂଣ୍ଣ କରିଛନ୍ତି। ଏଣୁ ସେ କ୍ଷମା ମାଗନ୍ତୁ ବୋଲି ଦାବି ଜୋର ହୋଇଛି। ସେପଟେ ବିଜେପି-ବିଜେଡି ଚାହୁଁନାହାନ୍ତି ଚାଷୀଙ୍କ ଧାନ ଉଠୁ, କେବଳ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେ ମଧ୍ୟ ଗୃହ ଚାଲୁନାହିଁ । ଜାଣିଶୁଣି ଉଭୟ ବିଜେପି-ବିଜେଡି ଗୃହ ଚଲାଇ ଦେଉନାହାନ୍ତି । ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏ ବାବଦରେ ଆଲୋଚନା ସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ତାରା ।












Click it and Unblock the Notifications