Get Updates
Get notified of breaking news, exclusive insights, and must-see stories!

ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବକେୟା ବିଲ ଥିଲେ ବି ବିଦ୍ୟୁତ୍ କାଟି ପାରିବେ ନାହିଁ ବିତରକ କମ୍ପାନୀ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କଡ଼ା ନିର୍ଦ୍ଦେଶ । ହିତାଧିକାରୀଙ୍କ ବିଲ୍‌ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ ନ କାଟିବାକୁ କମ୍ପାନିକୁ କହିଛନ୍ତି କେଭି । ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ମଧ୍ୟ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ନାହିଁ । କୌଣସି ଡିସକମ୍ ଦ୍ବାରା କୌଣସି ଅନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ କରାଯିବା ଉଚିତ୍ ନୁହେଁ । ମରାମତି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ବିଦ୍ୟୁତ୍ କାଟ୍ କରାଯିବ ।

outstanding bill Energy
କିନ୍ତୁ ବିଦ୍ୟୁତ କାଟିବା ପୂର୍ବରୁ ଏସଏମଏସ ଓ ସାଧାରଣ ଠିକଣା ବ୍ୟବସ୍ଥା ଜରିଆରେ ବିଦ୍ୟୁତ କାଟ ନେଇ ବ୍ୟାପକ ଭାବେ ପ୍ରଚାର କରାଯିବା ଉଚିତ । ଚଳିତ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ତେଣୁ ସମ୍ପୃକ୍ତ ବିଭାଗ ଡିସକମକୁ ସଚେତନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଏଥିସହ ଘୋଷଣାକୁ କଡ଼ା ପାଳନ ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ବ୍ୟବସ୍ଥା ସ୍ଥାପନ କରିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ଘୋଷଣାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି କେଭି ସିଂହଦେଓ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+