ନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ବଡ ଦାୟିତ୍ୱ ଦେଲା ବିଜେଡ଼ି
ବିଜେଡ଼ିର ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ। ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଲା ଦଳ। ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରେ ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରିଛି ବିଜୁ ଜନତା ଦଳ। ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଇଛି ଦଳ। ଗତ କିଛି ଦିନ ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ। ଏହି ପଦ ପାଇଁ ନବ ନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିଲା। କିନ୍ତୁ ସବୁ ଚର୍ଚ୍ଚାରେ ଦଳର ସୁପ୍ରିମୋ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ଣ୍ଣଛେଦ ପକାଇଛନ୍ତି। ଶ୍ରୀ ମଙ୍ଗରାଜଙ୍କୁ ଏହି ପଦରେ ଦଳ ନିଯୁକ୍ତି ଦେଇଛି। ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦିଆଯାଇଛି। ବିଗତ ଅଧିବେଶନ ମାନଙ୍କରେ ସାଂସଦ ଶ୍ରୀମତୀ ଦେଓଙ୍କ କାର୍ଯ୍ୟଦକ୍ଷତା ଭଲ ରହିଛି। ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି।













Click it and Unblock the Notifications