Get Updates
Get notified of breaking news, exclusive insights, and must-see stories!

ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ

ମାଇଁ ଭାରତ ବଜେଟ୍ କ୍ୱେଷ୍ଟ-୨୦୨୬ କାର୍ଯ୍ୟକ୍ରମ କେବଳ ଇଭେଣ୍ଟ ନୁହେଁ ବରଂ ଏକ ଆନ୍ଦୋଳନ। ଯାହା ଯୁବବର୍ଗଙ୍କ ମଧ୍ୟରେ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧକୁ ବୃଦ୍ଧି କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯୁବବର୍ଗଙ୍କୁ ଦେଶ ଓ ରାଜ୍ୟର ଭବିଷ୍ୟତ ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସୋମବାର ସୋଆ ବିଶ୍ୱବିଦ୍ୟାଳୟରେ My India Budget Quest 2026 କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଯୁବଶକ୍ତିର ଭୂମିକା, ଦେଶ ଗଢ଼ିବାରେ ସେମାନଙ୍କର ଅବଦାନ ଓ ବଜେଟ ସଚେତନାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା ।

mohan majhi

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ଛାତ୍ରଛାତ୍ରୀମାନଙ୍କୁ ସାଧାରଣତଃ ଅର୍ଥନୀତି, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ସମ୍ପର୍କିତ ପ୍ରାଥମିକ ଜ୍ଞାନ ଦିଆଯାଉନଥିବାରୁ ଭବିଷ୍ୟତରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯୁବବର୍ଗଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି। ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ଐତିହାସିକ ପଦକ୍ଷେପ। ଏହା ଭାରତୀୟ ଗଣତନ୍ତ୍ରକୁ ଆହୁରି ସଶକ୍ତ କରିବ। ସେ ଯୁବବର୍ଗଙ୍କୁ ଏହି ପ୍ରୟାସକୁ ସମର୍ଥନ କରି ନାରୀ ଶକ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତେଜସ୍ୱିନୀ ରାଜ, ଚନ୍ଦ୍ରପ୍ରସାଦ ପଣ୍ଡା ଓ ଓମ୍ପ୍ରକାଶ ରଥ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଗତିଶୀଳ ଓଡ଼ିଶା ଓ ଭାରତବର୍ଷରେ ନାରୀମାନଙ୍କ ଭୂମିକା, କ୍ରୀଡ଼ା କ୍ଷେତ୍ରରେ ସରକାରଙ୍କ ଆଭିମୂଖ୍ୟ ଓ ସ୍କିଲ୍ ଡେଭଲେପମେଣ୍ଟର ଉପଯୋଗୀତା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ତର ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଭର୍ଚୁଆଲ୍ ମାଧ୍ୟମରେ କହିଥିଲେ ଯେ, ୨୦୪୭ ସୁଦ୍ଧା ଏକ 'ବିକଶିତ ଭାରତ' ଗଠନ ଦିଗରେ ଯୁବପିଢ଼ିଙ୍କର ଅନେକ ଦାୟିତ୍ୱ ରହିଛି । ଏହା ସହିତ ସେ 'ବଜେଟ୍ କ୍ୱେଷ୍ଟ'ର ଆବଶ୍ୟକତା ବିଷୟରେ ଆଲୋକପାତ କରି 'ମାଇଁ ଭାରତ' ପ୍ଲାଟଫର୍ମ କିଭଳି ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉଛି, ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପି.କେ ନନ୍ଦ ଏବଂ ଭୁବନେଶ୍ୱର NSS ର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

My Bharat Budget Quest କାର୍ଯ୍ୟକ୍ରମରେ ବଜେଟ ସମ୍ପର୍କିତ ବିଭିନ୍ନ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଓଡ଼ିଶାରୁ ୪୪୦ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୁରସ୍କୃତ ୪୪୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହା ସହିତ ଆଣ୍ଡାମାନରୁ ୨୫ ଜଣ ପୁରସ୍କୃତ ଛାତ୍ରଛାତ୍ରୀ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+