ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେଉଛି ଗୁଲାବ
ଭୁବନେଶ୍ୱର: ବାତ୍ୟା ଗୁଲବ ଗତକାଲି ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଗଭୀର ଅବପାତ ଭାବେ ସକ୍ରିୟ ରହିଛି ଗୁଲାବ । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୪ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଛି ।

ଆହୁରି ୬ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୭ରୁ ୮ ମଧ୍ୟରେ କଳିଙ୍ଗପାଟ୍ଟନମ୍ର ସନ୍ଥିଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଗୁଲାବ । ଲ୍ୟାଣ୍ଡଫଲ ବେଳକୁ ପବନର ବେଗର ସର୍ବାଧିକ ଘଣ୍ଟାପ୍ରତି ୯୪ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା ଓ କୋରାପୁଟରେ ବର୍ଷା ଲାଗିରହିଛି ।












Click it and Unblock the Notifications