ଟଳିଲା ବାତ୍ୟା ବିପଦ, କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା 'ଗୁଲାବ'
ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବର କେନ୍ଦ୍ରସ୍ଥଳ । କଳିଙ୍ଗପଟ୍ଟନାମ ଉତ୍ତରରେ ବାତ୍ୟା ଅତିକ୍ରମ କରିଛି । ସାଢେ ୭ଟାରୁ ସାଢେ ୮ଟା ଭିତରେ ଅତିକ୍ରମ କରିଛି ବାତ୍ୟା ।
ଭୁବନେଶ୍ବର: ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବର କେନ୍ଦ୍ରସ୍ଥଳ । କଳିଙ୍ଗପଟ୍ଟନାମ ଉତ୍ତରରେ ବାତ୍ୟା ଅତିକ୍ରମ କରିଛି । ସାଢେ ୭ଟାରୁ ସାଢେ ୮ଟା ଭିତରେ ଅତିକ୍ରମ କରିଛି ବାତ୍ୟା । ଘଣ୍ଟା ପ୍ରତି ୯୪ କିମି ବେଗରେ ପବନ ବହିବା ରେକର୍ଡ ହୋଇଛି ।

ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ । ଦକ୍ଷିଣ ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଗତି କରିଛି ବାତ୍ୟା ଗୁଲାବ । ଆସନ୍ତା ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ବାତ୍ୟା ଗୁଲାବ । ରାତି ସାଢ଼େ ୮ଟାରେ କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହା ପରେ ଛତିଶଗଡ଼ ମୁହାଁ ହେବ ବାତ୍ୟା ଗୁଲାବ ।
ବାତ୍ୟା ଗୁଲାବ ନେଇ ଏସଆରସିଙ୍କ ତାଜା ସୂଚନା
କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଗୁଲାବ । ଶ୍ରୀକାକୁଲମରେ ୭୦ କିମି ବେଗରେ ବୋହୁଛି ପବନ । ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ଗୁଲାବ । ଓଡିଶାର କୌଣସି ଜିଲ୍ଲାରେ ନାହିଁ ବେଶି ପବନ । ରାତିରେ ଗଜପତି, କୋରାପୁଟ, ରାୟଗଡାରେ ହୋଇପାରେ ଅତିପ୍ରବଳ ବର୍ଷା ।












Click it and Unblock the Notifications