ଭୂତାଣୁ ଭୟରେ ଆତ୍ମହତ୍ୟା, କରୋନା ପଜିଟିଭ ଚିହ୍ନଟ ହେବାରୁ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ
ଭୂତାଣୁ ଭୟରେ ଆତ୍ମହତ୍ୟା । କରୋନା ପଜିଟିଭ ଚିହ୍ନଟ ହେବାରୁ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ ।
ନୟାଗଡ଼: କରୋନାର ଆଉ ଏକ କରୁଣ କାହଣୀ । ଭୂତାଣୁ ଭୟରେ ଆତ୍ମହତ୍ୟା । କରୋନା ପଜିଟିଭ ଚିହ୍ନଟ ହେବାରୁ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ ।

ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ମୃତ ସ୍ୱାମୀ-ସ୍ତ୍ରୀ ୫୫ ବର୍ଷିଅ ଭିକାରୀ ପାତ୍ର ଓ ୫୦ ବର୍ଷିଅ ଜ୍ୟୋସ୍ନା ପାତ୍ର । ଭିକାରୀ ଓ ଜ୍ୟୋସ୍ନାଙ୍କୁ କିଛିଦିନ ହେଲା ଥଣ୍ଡା ଜରରେ ପୀଡ଼ିତ ଥିଲେ । ଗତ ୧୭ ତାରିଖରେ ଦମ୍ପତି ଶରଣକୁଳ ମେଡିକାଲରେ କୋଭିଡ୍ ପରୀକ୍ଷା କରାଇ ଥିଲେ । ଆଉ ରିପୋର୍ଟ ଆସିଥିଲା ପଜିଟିଭ୍ ।
ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ଦମ୍ପତିଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ସଂଗରୋଧରେ ରହିବା ବେଳେ ରଣପୁର ମେଡିକାଲ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଔଷଧ ଯୋଗାଇ ଦେଇଥିଲେ । ହେଲେ କରୋନା ସଂକ୍ରମିତ ହେବା ପରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ, ସ୍ତ୍ରୀ । ଗୁରୁବାର ରାତିରେ ଶେଷରେ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।












Click it and Unblock the Notifications