ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଜାନକୀ ଭବନରେ ଥିବା ସୁବାଷ ବୋଷଙ୍କ ଫଟୋରେ ମାଲ୍ୟାର୍ପଣ କରିଛନ୍ତି ।

ଭୁବନେଶ୍ବର : ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଜାନକୀ ଭବନରେ ଥିବା ସୁବାଷ ବୋଷଙ୍କ ଫଟୋରେ ମାଲ୍ୟାର୍ପଣ କରିଛନ୍ତି । ତାଙ୍କର ଦୃଢ଼ ଆତ୍ମ ବିଶ୍ବାସ, ଅନନ୍ୟ ବିଚାରଧାରା ଓ ସମର୍ପଣ ଭାବ ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବୀର ସୁରେନ୍ଦ୍ର ସାଏଙ୍କ ପରାକ୍ରମ ଓ ବଳିଦାନ ସର୍ବଦା ସ୍ମରଣୀୟ । ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ତାଙ୍କ ବଳିଦାନ ସ୍ମରଣୀୟ ରହିବ। ସମ୍ବଲପୁରରେ ବ୍ରିଟିଶ୍‌ ବିରୋଧରେ ସଶସ୍ତ୍ର ସଂଗ୍ରାମ ସ୍ମରଣୀୟ ।

Naveen Patnaik-tribute-Subash-Bose

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୌଣସି ସାଧାରଣ ବ୍ୟକ୍ତି କିମ୍ବା ନେତାମନ୍ତ୍ରୀଙ୍କୁ ନେତାଜୀ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ । କେବଳ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରବେଶ ଅନୁମତି ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ମାଲ୍ୟାର୍ପଣ କରିବା ପରେ କଟକ ଖାନନଗର ଅଭିମୁଖେ ଗସ୍ତ କରିଛନ୍ତି । ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ କଟକରେ ତାଙ୍କ ନାମରେ ଏକ ଅତ୍ୟାଧୁନିକ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+