ରମଜାନ୍ ଓ ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍
ପବିତ୍ର ରମଜାନ୍ ଓ ଓଡ଼ିଆ ନୂଆ ବର୍ଷ ପଣା ସଂକ୍ରାନ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ସିଏମସି ଓ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।
ଭୁବନେଶ୍ୱର: ପବିତ୍ର ରମଜାନ୍ ଓ ଓଡ଼ିଆ ନୂଆ ବର୍ଷ ପଣା ସଂକ୍ରାନ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ସିଏମସି ଓ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ରମଜାନ୍ ପର୍ବରେ ଗହଳିକୁ ଏଡ଼ାଇବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।
ବିଏମସି କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ହୋଇପାରିବନି ପଣା ବଣ୍ଟନ କାର୍ଯ୍ୟକ୍ରମ। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ପ୍ରକାରରେ ସେବାୟତ ବା ପୂଜକ କରିପାରିବେ ସଂକ୍ରାନ୍ତି। ଭକ୍ତଙ୍କୁ ସମ୍ପୂର୍ଣ୍ଣ ମନା।

ସେହିଭଳି ରମଜାନ ପାଇଁ ମୁସଲମାନଙ୍କ ଦୁଇଟି ଗ୍ରୁପର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ଏନେଇ ଜାରି ହେବ ଏସଓପି। ଶୁକ୍ରବାର ଦିନ ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତା ଠାରୁ ଶତକଡା ୫୦ଭାଗ ଲୋକଙ୍କ ପାଇଁ ଦିଆଯିବ ଅନୁମତି। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ । ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଲେ କମିଶନର।
ସେହିପରି ପଣା ସଂକ୍ରାନ୍ତି ପାଇଁ ବିଏମସି ଗାଇଡଲାଇନ୍ ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣରେ ପଣା ବଣ୍ଟନ କରାଯିବ ନାହିଁ। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ଅନୁଯାୟୀ ସେବାୟତ ବା ପୂଜକମାନେ ପୂଜା କରିପାରିବେ। ତେବେ ପଣା ସଂକ୍ରାନ୍ତି ପାଇଁ ଭକ୍ତମାନଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଛି। ସିଏମସି ଭଳି ବିଏମସି ମଧ୍ୟ ରମଜାନ୍ ପାଇଁ ସମାନ୍ ଗାଇଡଲାଇନ୍ ଜାରି କରିଛି। ରମଜାନ୍ ପାଇଁ ବିଏମସି ଖୁବଶୀଘ୍ର ଏସଓପି ଜାରି କରିବ।












Click it and Unblock the Notifications