ପେଟ୍ରୋଲ ଲିଟର୍ ୮୦ ଟଙ୍କା, କିଏ ନେବ ନେଇଯା...
ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ୮୦ ଟଙ୍କା ପ୍ରତି ଲିଟର ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି ।
ଭୁବନେଶ୍ୱର: ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ୮୦ ଟଙ୍କା ପ୍ରତି ଲିଟର ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ୟୁନିଟ-୨ (ମାର୍କେଟ ବିଲିଡିଂ) ପେଟ୍ରୋଲ ପମ୍ପ ସାମନାରେ ଆଜି ଜିଲ୍ଲାର କର୍ମକର୍ତା ମାନେ ୧୦୦୦ ଲିଟର ପେଟ୍ରୋଲ, ୮୦ ଟଙ୍କା ପ୍ରତି ଲିଟର ହିସାବରେ ସାଧାରଣ ଜନତାଙ୍କୁ ଯୋଗାଇ ଦେଇଛନ୍ତି ।

ସେ କହିଛନ୍ତି, କରୋନା ମହାମାରୀ ସମୟରେ ଆଜକୁ ପ୍ରାୟ ୨ ବର୍ଷ ହେବ ଲୋକଙ୍କ ରୋଜଗାର ଶୂନ ପ୍ରାୟ ହୋଇଯାଇଥିବା ବେଳେ ତୈଳଦର ଓ ରନ୍ଧନ ଗ୍ୟାସର ଅହେତକୁ ଦରବୃଦ୍ଧି ନୈରାଶ୍ୟଜନକ, ଆଗକୁ କେନ୍ଦ୍ର ଓ ରାଜ୍ୟ ସରକାର ନଚେତିଲେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପୂନର୍ବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ । ସେହିପରି ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ଯୋଗଦେଇ କହିଛନ୍ତି ୟୁପିଏ ସରକାର ସମୟରେ ଅଶୌଧିତ ତୈଳଦର ବର୍ତମାନ ଅଶୌଧିତ ତୈଳଦରର ଦୁଇଗୁଣ ଥିବା ବେଳେ କଂଗ୍ରେସ ସରକାର ୬୦ଟଙ୍କାର ପେଟ୍ରୋଲ ଯୋଗାଇ ଦେଇଥିଲେ । ଏବେ ଆର୍ନ୍ତଜାତିକ ବଜାରରେ ଅଶୌଧିତ ତୈଳଦର କମ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ୟାକ୍ସ ଯୋଗୁଁ ଆଜି ତୈଳଦର ୧୦୦ ଟଙ୍କା ଟପିଲାଣି । ଯଦି ଉଭୟ ସରକାର ଏହି ଦରବୃଦ୍ଧି ଉପରେ ତୁରନ୍ତ ଅଙ୍କୁଶ ନଲାଗନ୍ତି ତେବେ ଜିଲ୍ଲା, ଛାତ୍ର, ଯୁବ ଓ ମହିଳା କଂଗ୍ରେସ ସାଧାରଣ ଜନତାଙ୍କ ପାଇଁ ବିକ୍ଷୋଭ ଜାରି ରଖିବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications