୩ ଦିନ ପାଇଁ ଏହି ପଞ୍ଚାୟତକୁ ସଟଡାଉନ ଘୋଷଣା
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ନୁନୁକାପଶି ଗ୍ରାମ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ଆଜି (ଶୁକ୍ରବାର) ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ ।
ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ନୁନୁକାପଶି ଗ୍ରାମ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ଆଜି (ଶୁକ୍ରବାର) ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ । ବଇଣ୍ତା ଅଞ୍ଚଳରେ କୋରନା ସଂକ୍ରମଣ ଜଟିଳ ଅବସ୍ଥାକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ବୁଧବାର ଏହି ଅଞ୍ଚଳରୁ ୨୨ ଜଣ, ଗୁରୁବାର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ସଟଡାଉନ ପାଇଁ ନିଷ୍ପତ୍ତି ନେଇଛି। ଏହି ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସଟଡାଉନ ଷେଷଣା କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ ଖୋଲା ରହିବ।












Click it and Unblock the Notifications