ଗତବର୍ଷ 261 ଜଣ ଶିଶୁ ରାଜଧାନୀରୁ ନିଖୋଜ ହୋଇଛନ୍ତି !
2020 ମସିହାରେ ଭୁବନେଶ୍ୱରରେ ନିଖୋଜ ହୋଇଛନ୍ତି ଶିଶୁ । ଯାହା ମଧ୍ୟରୁ 201 ଜଣ ଶିଶୁଙ୍କୁ ଟ୍ରାକ କରି ପାରିଛି କମିଶନରେଟ ପୋଲିସ ।
ଭୁବନେଶ୍ୱର: 2020 ମସିହାରେ ଭୁବନେଶ୍ୱରରେ ନିଖୋଜ ହୋଇଛନ୍ତି ଶିଶୁ । ଯାହା ମଧ୍ୟରୁ 201 ଜଣ ଶିଶୁଙ୍କୁ ଟ୍ରାକ କରି ପାରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗ (ଓଏସପିସିଆର) ଅଧ୍ୟକ୍ଷ ସାନ୍ଧାବତୀ ପ୍ରଧାନ ।
ସେ କହିଛନ୍ତି, ରାଜ୍ୟରେ ଶିଶୁ ଅପହରଣକୁ ରୋକିବା ପାଇଁ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ (AHTU) ପରି ଅନେକ ଏଜେନ୍ସି ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟ କରୁଛନ୍ତି। କେତେକ ଶିଶୁ ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ବେଳେ କେତେ ଜଣ ହୋଟେଲରେ କାମ କରିଥାନ୍ତି । ସେ ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇ, ସେମାନଙ୍କୁ ଥଇଥାନ କରାଯାଇଛି । ତେବେ ଏହାକୁ ଆହୁରି ସୃଦୁଢ କରିବା ପାଇଁ ଗ୍ରାମାଞ୍ଚଳରମାନଙ୍କରେ ASHA କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ଦ୍ୱାରା ସଚେତନତା ଅଭିଯାନକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ରୁଚିକା ଚାଇଲ୍ଡଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ପ୍ରତିବର୍ଷ ଓଡିଶାର 1.35 ରୁ ଅଧିକ ପିଲା ପଡୋଶୀ ରାଜ୍ୟକୁ ଚାଲାଣ ହେଉଛନ୍ତି । କିନ୍ତୁ ଏହା ବିରୋଧରେ ପୋଲିସ ଷ୍ଟେସନରେ ପଞ୍ଜୀକୃତ ଅଭିଯୋଗ ସଂଖ୍ୟା ଅଳ୍ପ ରହିଛି।
ଶିଶୁ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରିବା ଉଚିତ ଏବଂ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଥିବା ଲୋକଙ୍କୁ ସଠିକ୍ ତାଲିମ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ସୂତ୍ରରୁ ପ୍ରକାଶ ଯେ 60 ଜଣ ଶିଶୁ (54 ବାଳିକା ଏବଂ 6 ବାଳକ) ଉଦ୍ଧାର କରାଯାଇଛି। ନିଖୋଜ ଥିବା ବ୍ୟକ୍ତିଙ୍କ ମଧ୍ୟରେ 241 ବାଳିକା ଏବଂ 41 ବାଳକ ଅଛନ୍ତି।












Click it and Unblock the Notifications