ବଡ଼ ଧରଣର ଏନକାଉଣ୍ଟର: ନିପାତ ହେଲେ ୬ ମାଓବାଦୀ
ଝାରଖଣ୍ତ ବୁକାରୋ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର । ଲଲପାନିଆ ଅଞ୍ଚଳ ଲୁଗୁ ପାହାଡରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଟଳିରେ ୬ ମାଓବାଦୀ । ଏସଏଲଆର୍, ୨ଟି ଇନସାସ୍ ରାଇଫଲ ସହ ପିସ୍ତଲ ମଧ୍ୟ ଜବତ କରାଯାଇଛି ।

ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲାଲପାନିଆ ଅଞ୍ଚଳର ଲୁଗୁ ପାହାଡ଼ରେ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ମିଳିତ ଭାବେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ୍ ସମୟରେ ଲଲପାନିଆ ଅଞ୍ଚଳ ଲୁଗୁ ପାହାଡରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୬ ମାଓବାଦୀ ନିପାତ ହୋଇଥିଲେ । ସେହିପରି ଏହି ଅପରେସନ ସମୟରେ ଗୋଟିଏ SLR ଏବଂ ଗୋଟିଏ INSAS ରାଇଫଲ ଜବତ କରିଛନ୍ତି ।
କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ଅଧିକାରୀମାନେ କହିଛନ୍ତି, ନକ୍ସଲବାଦୀଙ୍କ ସହ ଏନକାଉଣ୍ଟର ସମୟରେ ଯବାନଙ୍କର କୌଣସି କ୍ଷତି ହୋଇ ନାହିଁ । ସର୍ଚ୍ଚ ଅପରେସନ ସହିତ ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି।
ଝାଡ଼ଖଣ୍ଡର ଚାଇବାସାରେ ଏପ୍ରିଲ ୧୨ ତାରିଖରେ ଏକ ଆଇଇଡି ବିସ୍ଫୋରଣରେ ଝାଡ଼ଖଣ୍ଡ ଜାଗୁଆର ଫୋର୍ସର ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା। ଚୈବାସା ବିସ୍ଫୋରଣ ଘଟଣାରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ପୂର୍ବରୁ, ଝାଡ଼ଖଣ୍ଡର ଝରାଇକେଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ।












Click it and Unblock the Notifications