ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱରର ପୁଷ୍ପା ଶୁକ୍ଲା : ଜାଣନ୍ତୁ ମନ କି ବାତରେ କଣ କହିଲେ ମୋଦୀ

ଆଜି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ନେଇ ଅନେକ କଥା କହିଛନ୍ତି । ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି ।

ଭୁବନେଶ୍ୱର : ଆଜି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ନେଇ ଅନେକ କଥା କହିଛନ୍ତି । ଟିକାକରଣରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି । ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି । ସେ ଏଥିରେ ଅନୁରୋଧ କରିଥିଲେ ଯେ ସାରା ଦେଶରେ ଚାଲିଥିବା ଟିକାକରଣ ଓ ଏହାକୁ ନେଇ ଦେଖା ଦେଇଥିବା ଉତ୍ସାହକୁ ନେଇ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ କରନ୍ତୁ । ଦେଶରେ କୋଣଅନୁକୋଣରୁ ଏଭଳି ଖବର ଓ ଚିତ୍ର ଏବେ ସାମ୍ନାକୁ ଆସିଛି ଯାହା ହୃଦୟକୁ ଛୁଇଁ ଦେଇଛି । ଉତ୍ତରପ୍ରଦେଶରେ ଏକ 109 ବର୍ଷର ବୃଦ୍ଧା ଟିକା ନେଇଛନ୍ତି ।

ନରେନ୍ଦ୍ର ମୋଦୀ

ସେହପରି ଦିଲ୍ଲୀରେ 107 ବର୍ଷର ଜଣେ ବୃଦ୍ଧ ଟିକା ନେଇଛନ୍ତି । ହ୍ରାଇଦ୍ରାବାଦରେ 100 ବର୍ଷର ଜଣେ ବ୍ୟକ୍ତି ଟିକା ନେଇଛନ୍ତି ବୋଲି ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସୋଶାଲ ମିଡିଆରେ ସେ ଅନେକ ଫଟୋ ଦେଖୁଛନ୍ତି ଯେଉଁଥିରେ ଟିକା ନେଇଥିବା ବ୍ୟକ୍ତିମାନେ ସେମାନଙ୍କର ଫଟୋ ସେୟାର କରୁଛନ୍ତି । ଏପରିକି ତାଙ୍କ ପରିବାର ଲୋକଙ୍କ ମଧ୍ୟ ଫଟୋ ସେୟାର କରିଛନ୍ତି । କେରଳର ଜଣେ ଯୁବକ ଆନନ୍ଦ ନାୟାର ଏହି ଟିକାକରଣକୁ 'ଭ୍ୟାକ୍ସିନ ସେବା' ନାଁ ଦେଇଛନ୍ତି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ ସେ ସମସ୍ତଙ୍କୁ ଟିକା ନେବାକୁ ଅପିଲ୍ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+