LPG ଉପରେ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ରନ୍ଧନ ଗ୍ୟାସ୍ ଯୋଗାଣ ବଢ଼ାଇବାକୁ ନେଲେ ଐତିହାସିକ ନିଷ୍ପତ୍ତି
ରନ୍ଧନ ଗ୍ୟାସ ଯୋଗାଣକୁ ସୁରକ୍ଷିତ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ଭାରତ ସରକାର । ଏହାଦ୍ବାରା ଗଲ୍ପ ଦେଶ ଉପରେ ଏଲପିଜି ପାଇଁ ଅଧିକ ନିର୍ଭର ହେବାକୁ ପଡ଼ିବନି। ରିପୋର୍ଟ ଅନୁସାରେ, ଦେଶର ସରକାରୀ ତେଲ କମ୍ପାନି ଏବେ ଆମେରିକାରୁ ଏଲପିଜି କ୍ରୟ ଦୁଇଗୁଣା କରିବାକୁ ପ୍ରସ୍ତୁତି କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଏଲପିଜି ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରତା କମାଇବା ଏବଂ ଭବିଷ୍ୟତରେ କୌଣସି ବୈଶ୍ବିକ ସଙ୍କଟ ସମୟରେ ରନ୍ଧନ ଗ୍ୟାସର ଅଭାବ ନହେବାକୁ ଦେବା।

ସୂଚନାଥାଉକି, ବର୍ତ୍ତମାନ ଭାରତ ପ୍ରତିବର୍ଷ ଆମେରିକାରୁ ପ୍ରାୟ ୨୨ ଲକ୍ଷ ଟନ୍ ଏଲପିଜି କିଣୁଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସରକାର ଏବେ ଏହି ମାତ୍ରାକୁ ପ୍ରାୟ ଦୁଇଗୁଣା କରିବାକୁ ଯୋଜନା କରୁଛନ୍ତି। ଏହା ସହ ଆଲଜେରିଆ ଭଳି ଅନ୍ୟ ଦେଶଗୁଡ଼ିକ ଠାରୁ ମଧ୍ୟ ଏଲପିଜି ଆମଦାନୀ ବଢ଼ାଇବା ନେଇ ସମ୍ଭାବନା ରହିଛି। ଏଲପିଜି ଆମଦାନୀ ବଢ଼ାଇବାର ଏକମାତ୍ର ଉଦ୍ଦେଶ୍ୟ, ଏହାଦ୍ବାରା ଯେପରି ଭାରତକୁ ଗୋଟିଏ ଦେଶ ଉପରେ ଅଧିକ ନିର୍ଭର ରହିବାକୁ ନପଡ଼େ।
ଉଲ୍ଲେଖଯୋଗ୍ୟ, ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଜାହାଜ ଚଳାଚଳ ବାଧା ଉପୁଜିଥିଲା। ଫଳରେ ଏହି ପ୍ରଣାଳୀ ଦେଇ ଏଲପିଜି ପରିବହନ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ଆଉ ଭାରତ ଭଳି ଦେଶରେ ରନ୍ଧନ ଗ୍ୟାସର ଅଭାବ ଦେଖିବାକୁ ମିଳିଥିଲା।
ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଅଶୋଧିତ ତେଲ ପାଇଁ ଯେତିକି ଚିନ୍ତା ନଥିଲା, ତା' ଠାରୁ ବଡ଼ ବିପଦ ଥିଲା ଏଲପିଜି ଯୋଗାଣ ପ୍ରଭାବିତ ହେବା । ଦୁନିଆରେ ଗଲ୍ଫ ଦେଶ ବ୍ୟତୀତ ଖୁବ୍ କମ୍ ଦେଶ ପର୍ଯ୍ୟାପ୍ତ ପରିମାଣରେ ଏଲପିଜି ଉତ୍ପାଦନ କରୁଛନ୍ତି। ଏମିତିରେ ଆମେରିକା ଠାରୁ ଅତିରିକ୍ତ ଯୋଗାଣ ମିଳିବା ଦ୍ବାରା ଭାରତକୁ ଖୁବ୍ ଆଶ୍ବସ୍ତି ମିଳିଛି।
ସରକାର ଏବେ କେବଳ ଆମଦାନୀ ବଢ଼ାଇବା ପର୍ଯ୍ୟନ୍ତ ସୀମିତ ରଖିବାକୁ ଚାହୁନାହାଁନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ତେଲ କମ୍ପାନିଙ୍କୁ ୩୦ ଦିନର ଷ୍ଟ୍ରାଟେଜିକ ଏଲପିଜି ରିଜର୍ଭ ପ୍ରସ୍ତୁତ କରିବାକୁ ଯୋଜନା ଉପରେ କାମ କରିବାକୁ କହିଛନ୍ତି। ଏହାର ଅର୍ଥ ଯଦି ଭବିଷ୍ୟତରେ କୌଣସି କାରଣରୁ ଆମାଦାନୀ ବାଧା ପ୍ରାପ୍ତ ହୁଏ, ତଥାପି ଦେଶରେ ହାରାହାରି ୩୦ ଦିନ ପର୍ଯ୍ୟନ୍ତ ରନ୍ଧନ ଗ୍ୟାସର ଯୋଗାଣ ବିନା କୌଣସି ବାଧାରେ ହୋଇପାରିବ। ବର୍ତ୍ତମାନ ୪୫ ଦିନ ଷ୍ଟ୍ରୋଟେଜିକ ରିଜର୍ଭ ରହିଛି।












Click it and Unblock the Notifications