ରଥଯାତ୍ରା ଦେଖିବା ପାଇଁ ପଦ୍ମ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତବର୍ଷ ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି। ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶ ଓ ସମାଜ ପ୍ରତି ଆପଣମାନଙ୍କ ଅବଦାନ ପାଇଁ ଓଡ଼ିଶା ଗର୍ବିତ। କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତା,

mohan majhi

ନିଷ୍ଠା ଏବଂ ଆଦର୍ଶ ସେବା ଯୋଗୁଁ ଦେଶ ଆପଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛି। ଆପଣଙ୍କର ଏହି ସଫଳତା ଆମ ସମାଜ ଓ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ହେଉଛି ଆମ ସଂସ୍କୃତିର ଅନନ୍ୟ ପ୍ରତୀକ। ପ୍ରତିବର୍ଷ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦିବ୍ୟଯାତ୍ରାର ସାକ୍ଷୀ ହୋଇ ତାଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ପୁରୀରେ ଏକତ୍ରିତ ହୁଅନ୍ତି। ଚଳିତବର୍ଷ ରଥଯାତ୍ରାରେ ଯୋଗଦେବା ପାଇଁ ମୁଁ ଆପଣଙ୍କୁ ସସମ୍ମାନେ ଆମନ୍ତ୍ରଣ କରୁଛି। ଏହି ପବିତ୍ର ଅବସରରେ ଆପଣଙ୍କ ଭଳି ପ୍ରତିଭାବାନ ବ୍ୟକ୍ତିତ୍ବଙ୍କ ଉପସ୍ଥିତି ଆମ ସମସ୍ତଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ହେବ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+