Women’s T20 World Cup : ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମୁକାବିଲା ପାଇଁ ଅଫିସିଆଲ୍ ଘୋଷଣା, ଜ୍ୟାକଲିନ୍ ଓ ବ୍ରିନ୍ଦାଙ୍କୁ
ଆଇସିସି ପକ୍ଷରୁ ଆସନ୍ତା ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମୁକାବିଲା ପାଇଁ ମ୍ୟାଚ୍ ଅଫିସିଆଲ୍ଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତା ରବିବାର ଲର୍ଡ୍ସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ଖେଳାଯିବ । ଅଷ୍ଟ୍ରେଲିଆ ଅଷ୍ଟମ ଥର ଏବଂ ଇଂଲଣ୍ଡ ଦଳ ଷଷ୍ଠ ଥର ଫାଇନାଲ୍ ଖେଳିବାକୁ ଯାଉଛନ୍ତି । ଏହି ମ୍ୟାଚ୍ ପାଇଁ ଜାମାଇକାର ଜ୍ୟାକଲିନ୍ ୱିଲିୟମ୍ସ ଓ ଭାରତର ବ୍ରିନ୍ଦା ରାଠୀ ପଡ଼ିଆ ଅମ୍ପାୟାର ନିଯୁକ୍ତ ହୋଇଛନ୍ତି ।

ପୂର୍ବରୁ ୱିଲିୟମ୍ସ ୨୦୨୩ ବିଶ୍ୱକପ୍ ଫାଇନାଲ୍ରେ ପଡ଼ିଆ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ମାତ୍ର ବ୍ରିନ୍ଦା ପ୍ରଥମ ଥର ବିଶ୍ୱକପ୍ ଫାଇନାଲ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି । ଚଳିତ ବିଶ୍ୱକପ୍ରେ ସେ ୨ଟି ମ୍ୟାଚ୍ରେ ପଡ଼ିଆ ଅମ୍ପାୟାର ଦାୟିତ୍ୱ ତୁଲାଇ ସାରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର କିମ୍ କଟନ ତୃତୀୟ ଅମ୍ପାୟାର ଏବଂ ଶ୍ରୀଲଙ୍କାର ନିମାଲି ପେରେରା ଚତୁର୍ଥ ଅମ୍ପାୟାର ଦାୟିତ୍ୱ ତୁଲାଇବେ । ଭାରତର ଜିଏସ୍ ଲକ୍ଷ୍ମୀ ମ୍ୟାଚ୍ ରେଫରୀ ନିଯୁକ୍ତ ହୋଇଛନ୍ତି । ସେ ଚଳିତ ସଂସ୍କରଣରେ ୨ଟି ମ୍ୟାଚ୍ରେ ମ୍ୟାଚ୍ ରେଫରୀ ଦାୟିତ୍ୱ ତୁଲାଇ ସାରିଛନ୍ତି।












Click it and Unblock the Notifications