Rath Yatra 2026: ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ, ମୁତୟନ ହେବେ ୧୨ ହଜାର ପୁଲିସ, ୨୫୦ ପ୍ଲା

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଶେଷ। ଆଉ ୯ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ତରଫରୁ ବ୍ୟବସ୍ଥାର କରାଯାଇଛି ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।

Rath Yatra 2026

ଏହି ଅବସରରେ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ରଥଯାତ୍ରା ଲାଗି ପୁଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାତ୍ରାରେ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଶ୍ରଦ୍ଧାଳୁ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ତାହା ପୁଲିସର ମୁଖ୍ୟ ଦାୟିତ୍ୱ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ରଥଟଣା ଗୁରୁତ୍ୱପୂର୍ଣ୍ଣ । ସେଥିଲାଗି ଚଳିତବର୍ଷ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ପରିଚାଳନା କରାଯାଉଛି । ରଥଯାତ୍ରାକୁ ଅଘଟଣମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଶ୍ରୀମନ୍ଦିର ଭିତରେ ଓ ତିନି ରଥର ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ରଥଟଣା ଓ ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷାକୁ ପୁଲିସ ବିଭାଗର ଫୋକସରେ ରହିବ। ସମୁଦ୍ର ତଟ, ରେଳ ଷ୍ଟେସନ୍ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଟେକ୍ନୋଲୋଜି ବ୍ୟବହାର କରାଯାଇ ରଥଯାତ୍ରାକୁ ପରିଚାଳନା କରାଯିବ। ରଥଯାତ୍ରା ସମୟରେ ପୁରୀ ସହର ସିସିଟିଭି ନଜରରେ ରହିବ ।

ଏଥର ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨ ହଜାର ପୁଲିସ କର୍ମଚାରୀ, ୧୯ ବରିଷ୍ଠ ଆଇପିଏସ୍ ଅଧିକାରୀ ,ଟ୍ରାଫିକ କନ୍‌ଷ୍ଟେବଲ୍ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), ସିଆର୍ପିଏଫ ଏବଂ ବିଏସ୍ଏଫ ମୁତୟନ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୫୦ ପ୍ଲାଟୁନ ଓଏସ୍ଏପି, ଆଇଆର୍ବିଏନ୍, ଏଆର୍ପି ଏବଂ ଟ୍ରାଫିକ ଫୋର୍ସ ମୁତୟନ କରାଯିବ । ସହରର ବିଭିନ୍ନ ସ୍ଥାନରେ ୩ ହଜାର ହୋମଗାର୍ଡଙ୍କୁ ମୁତୟନ କରାଯିବ । ଏମାନେ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ଓ ପାର୍କିଂରେ ପୁଲିସକୁ ସହଯୋଗ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+