Get Updates
Get notified of breaking news, exclusive insights, and must-see stories!

ହିମାଚଳ ପ୍ରଦେଶରେ ଭୂସ୍ଖଳନ : କିନ୍ନୌରଠାରେ ଭୂସ୍ଖଳନ, 2 ଜଣଙ୍କର ମୃତ୍ୟୁ, ମାଟି ତଳେ ଫସି ରହିଛନ୍ତି 30 ରୁ ଅଧିକ ଲୋକ

ଆଇଟିବିପି, ସେନା ଏବଂ ଏନଡିଆରଏଫ୍ ଟିମ୍ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଉଦ୍ଧାର କରିଛନ୍ତି । ମାଟି ତଳେ ଚାପି ହୋଇ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଶିମଲା : ହିମାଚଳ ପ୍ରଦେଶର ପାହାଡ ଅଞ୍ଚଳରେ ମୌସୁମୀ ବର୍ଷା ସମସ୍ୟା ସୃଷ୍ଟି କରିବାରେ ଲାଗିଛି । ବୁଧବାର କିନ୍ନୌର ଜିଲ୍ଲାରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଫଳରେ ମାଟି ତଳେ 4ଟି ଗାଡ଼ି ଫସି ରହିଛି । ଆଇଟିବିପି, ସେନା ଏବଂ ଏନଡିଆରଏଫ୍ ଟିମ୍ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଉଦ୍ଧାର କରିଛନ୍ତି । ମାଟି ତଳେ ଚାପି ହୋଇ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ 30 ରୁ ଅଧିକ ଲୋକ ମାଟି ତଳେ ଫସି ରହିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିମାଚଳ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି ।

himachal pradesh

ସୂଚନା ଅନୁଯାୟୀ, ରାତି ପ୍ରାୟ 12.45 ସମୟରେ ରେକୋଙ୍ଗପିଓ-ଶିମଲା ରାଜପଥରେ ଏକ ଭୂସ୍ଖଳନ ହୋଇଥିଲା । ଏଥିରେ ଗୋଟିଏ ଟ୍ରକ, HRTC ବସ୍ ସମେତ ଚାରିଟି ଗାଡି ମାଟି ତଳେ ଦବି ରହିଛି । ବସ୍‌ରେ କିଛି ଯାତ୍ରୀ ଥିବା ମଧ୍ୟ ଖବର ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ଏସପି କିନ୍ନୌର ସଜୁ ରାମ ରାଣା କହିଛନ୍ତି ଯେ ଭବା ନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ଆଇଟିବିପି, ପୋଲିସ, ହୋମ ଗାର୍ଡ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହା ସହିତ ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ମୁଁ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଏନଡିଆରଏଫ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ପାହାଡ଼ ଉପରୁ ପଥର ଖସୁଛି, ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+