ଜାଣନ୍ତୁ କେମିତି ଚୟନ ହୁଅନ୍ତି ଗଣତନ୍ତ୍ର ଦିବସର ଅତିଥି?
ପ୍ରତିବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ କୌଣସି ନା କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଏ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତ ଭାରତର ୭୬ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୧୯୫୦ ମସିହାରେ ଯେତେବେଳେ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା, ସେତେବେଳେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ପ୍ରଥମ ଗଣତନ୍ତ୍ର ଦିବସରୁ ମୁଖ୍ୟ ଅତିଥିଙ୍କୁ ନିମନ୍ତ୍ରଣ କରିବାର ଏହି ପରମ୍ପରା ଚାଲିଆସୁଛି। ୭୫ ବର୍ଷର ଏହି ତାଲିକାରେ, ଭାରତ ବିଶ୍ୱର ଅନେକ ଦେଶକୁ ଏହି ସମ୍ମାନ ଦେଇଛି।
କେମିତି ଚୟନ କରାଯାଏ ଗଣତନ୍ତ୍ର ଦିବସର ଅତିଥି
ଏହି ପ୍ରକ୍ରିୟା ଗଣତନ୍ତ୍ର ଦିବସ ପାଳନର ଛଅ ମାସ ପୂର୍ବରୁ ଆରମ୍ଭ ହୁଏ। ବୈଦେଶିକ ମନ୍ତ୍ରଣାଳୟ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପରିଚାଳନା କରେ। ସର୍ବପ୍ରଥମେ, ରାଜନୈତିକ ଏବଂ କୂଟନୈତିକ ସମ୍ପର୍କ, ଅର୍ଥନୈତିକ ଏବଂ ପ୍ରତିରକ୍ଷା ସହଯୋଗ, ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ଏବଂ ବିଶ୍ୱ ପରିପ୍ରେକ୍ଷୀକୁ ଦୃଷ୍ଟିରେ ରଖି ଏକ ତାଲିକା ପ୍ରସ୍ତୁତ କରାଯାଏ।
ପ୍ରାଥମିକତା ଉପରେ ନିର୍ଭର କରି, ଏହି ତାଲିକା ବିଭିନ୍ନ ପାରାମିଟରକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଅର୍ଥାତ୍, କେତେବେଳେ କୌଣସି ଦେଶ ସହିତ ବହୁତ ଭଲ ସମ୍ପର୍କ ଥିବାରୁ, ସେହି ଦେଶରୁ ମୁଖ୍ୟ ଅତିଥିଙ୍କୁ ନିମନ୍ତ୍ରଣ କରାଯାଏ ଏବଂ କେତେବେଳେ କୌଣସି ଦେଶ ସହିତ ଭଲ ସମ୍ପର୍କ ନଥିବା ସତ୍ତ୍ୱେ, ନିମନ୍ତ୍ରଣ ପଠାଯାଏ ଏହି ଲକ୍ଷ୍ୟରେ ଯେ ଭାରତ ସମ୍ପୃକ୍ତ ରାଷ୍ଟ୍ର ସହିତ ତାର ସମ୍ପର୍କକୁ ଭବିଷ୍ୟତରେ ମଜବୁତ କରିପାରିବ।

ମୁଖ୍ୟ ଅତିଥିଙ୍କ ପାଇଁ ପ୍ରସ୍ତାବିତ ଦେଶଗୁଡ଼ିକୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଏ। ଯଦି ଏଠାରୁ ଅନୁମୋଦନ ମିଳେ, ତେବେ ସମ୍ପୃକ୍ତ ମୁଖ୍ୟ ଅତିଥିଙ୍କ ଉପଲବ୍ଧତା ଯାଞ୍ଚ କରାଯାଏ। ଯଦି ସେ ଉପଲବ୍ଧ ହୁଅନ୍ତି, ତେବେ ବୈଦେଶିକ ମନ୍ତ୍ରଣାଳୟ ନିମନ୍ତ୍ରଣକାରୀ ଦେଶ ସହିତ ସରକାରୀ ଯୋଗାଯୋଗ ବଜାୟ ରଖେ।
ଅତୀତରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଚୟନ ଉପରେ ଆସନ୍ତୁ ନଜର ପକାଇବା..
ଅସହଯୋଗ ଆନ୍ଦୋଳନ
୧୯୫୦ ମସିହା, ପ୍ରଥମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଥିଲେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ । ଏକଦା ଜବାହାରଲାଲ ନେହୁରଙ୍କ ମିତ୍ର ଥିଲେ ସୁକର୍ଣ୍ଣୋ । 'ନାମ୍' (ଅସହଯୋଗ ଆନ୍ଦୋଳନ)ର ସଂସ୍ଥାପକ ସଦସ୍ୟ ମଧ୍ୟରୁ ଅନ୍ୟତମ ଥିଲେ ସୁକର୍ଣ୍ଣୋ । ଭାରତ 'ନାମ୍' ୃଡ଼୍ୟତମ ସହଯୋଗୀ ଦେଶ ଥିଲା। ୟୁଗୋସ୍ଲୋଭାକିଆର ରାଷ୍ଟ୍ରପତି ଜେ-ବ୍ରୋଜ୍ 'ନାମ୍'ର ଅନ୍ୟତମ ସଂସ୍ଥାପକ ସଦସ୍ୟ ଥିଲେ ଯେ କି ୧୯୬୮ ଓ ୧୯୭୪ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା।
ଶୀତଳ ଯୁଦ୍ଧ ସମୟ
୧୯୫୦ରୁ ୧୯୬୦ ମସିହା ପର୍ଯ୍ୟନ୍ତ ତତ୍କାଳୀନ ୟୁଏସଏସଆର୍ ବା ସୋଭିଏତ୍ ସଂଘର ପ୍ରମୁଖଙ୍କୁ ତିନିଥର ପାଇଁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଯଦିଓ ଶୀତଳ ଯୁଦ୍ଧ ସମୟରେ ଭାରତ କାହା ପକ୍ଷ ନେଉନଥିଲା, କିନ୍ତୁ ସୋଭିଏତ୍ ସଂଘ ସହ ଦେଶର ବହୁତ ମୈତ୍ରୀ ପୁର୍ଣ୍ଣ ସମ୍ବନ୍ଧ ରହିଥିଲା। ଅନେକ ବର୍ଷ ଧରି ଋଷ୍ ରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ତ୍ଵପୁର୍ଣ୍ଣ ସହଯୋଗୀ ମଧ୍ୟ ରହିଥିଲା।
ଯୁଦ୍ଧ ଓ ଶାନ୍ତି
ବହୁଦିନ ଧରି ଶତ୍ରୁତାର ସ୍ଵାଦ ଚାଖିବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଏମିତି ବି ସମୟ ଆସିଥିଲା ଯେତେବେଳେ ଦୁଇ ଦେଶ ସମ୍ପର୍କରେ କିଛିଟା ସାମାନ୍ୟ ହେବାକୁ ଲାଗିଥିଲା। ୧୯୬୫ ମସିହା ଗଣତନ୍ତ୍ର ଦିବସ ସମାରୋହରେ ପାକିସ୍ତାନର କୃଷି ଓ ଖାଦ୍ୟ ଯୋଗଣ ମନ୍ତ୍ରୀ ରାଣା ଅବଦୁଲ୍ ହମୀଦଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହାର କିଛି ମାସ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା।
ଆଫ୍ରିକା ଉପରେ ଜୋର
୧୯୯୫ ରୁ ୨୦୦୧ ମଧ୍ୟରେ ଆଫ୍ରିକୀୟ ଦେଶର ତିନି ରାଷ୍ଟ୍ର ଅଧ୍ୟକ୍ଷଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଡକାଯାଇଥିଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ଅଶ୍ଵେତ ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲାଙ୍କୁ ୧୯୯୫ରେ ଗଣତନ୍ତ୍ର ଦିବସର ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହାର କିଛିବର୍ଷ ପୂର୍ବରୁ ଆଫ୍ରିକାରେ ରଙ୍ଗ ଭେଦର ପରିସମାପ୍ତି ଘଟିଥିଲା।
ଭାରତ-ଆମେରିକା ସମ୍ବନ୍ଧ
୨୦୧୫ରେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ବାରାକ୍ ଓବାମା ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଆମେରିକା ଗସ୍ତ ପରେ ଓବାମା ଭାରତ ଯାତ୍ରାରେ ଆସିଥିଲେ। ଓବାମାଙ୍କୁ ମିଳିଥିବା ଏହି ଆମନ୍ତ୍ରଣ ଦ୍ଵାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଥିଲା।












Click it and Unblock the Notifications