ଆଫଗାନିସ୍ତାନରେ ତାଲିବାନ ଶାସନ ପାଇଁ ମହଙ୍ଗା ହେବ ହାଇଦ୍ରାବାଦି ବିରିୟାନି; ଜାଣନ୍ତୁ, କେମିତି ?
ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ପରେ ହାଇଦ୍ରାବାଦରେ ବିରିୟାନି ମହଙ୍ଗା ହେବାର ସମ୍ଭାବନା ରହିଛି। ଶୁଖିଲା ଫଳ (ଡ୍ରାଏ ଫ୍ରୁଟସ୍) ଏବଂ ବିଭିନ୍ନ ପ୍ରକାରର ମସଲା ସହିତ ପ୍ରସ୍ତୁତ ପ୍ରସିଦ୍ଧ ହାଇଦ୍ରାବାଦ ବିରିୟାନି ଖୁବ୍ ଶୀଘ୍ର ମହଙ୍ଗା ହୋଇପାରେ ।
ହାଇଦ୍ରାବାଦ: ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ପରେ ହାଇଦ୍ରାବାଦରେ ବିରିୟାନି ମହଙ୍ଗା ହେବାର ସମ୍ଭାବନା ରହିଛି । ଶୁଖିଲା ଫଳ (ଡ୍ରାଏ ଫ୍ରୁଟସ୍) ଏବଂ ବିଭିନ୍ନ ପ୍ରକାରର ମସଲା ସହିତ ପ୍ରସ୍ତୁତ ପ୍ରସିଦ୍ଧ ହାଇଦ୍ରାବାଦ ବିରିୟାନି ଖୁବ୍ ଶୀଘ୍ର ମହଙ୍ଗା ହୋଇପାରେ ।

ତାଲିବାନ ପାକିସ୍ତାନର ଗମନାଗମନ ମାର୍ଗ ଦେଇ ମାଲ ପରିବହନକୁ ବନ୍ଦ କରି ଦେଇଥିବା ଜଣାଯାଇଛି। ଏହାଦ୍ୱାରା ଭାରତରେ ବିକ୍ରି ହେଉଥିବା ଶୁଖିଲା ଫଳର ମୂଲ୍ୟରେ ବୃଦ୍ଧି ଘଟିଛି । କାରଣ ଭାରତ ପ୍ରାୟ 85% ଶୁଖିଲା ଫଳ ପାକିସ୍ତାନ ଆମଦାନୀ କରିଥାଏ। ଫଳରେ ଶୁଖିଲା ଫଳର ମୂଲ୍ୟ ବୃଦ୍ଧି ହେତୁ ହାଇଦ୍ରାବାଦ ବିରିୟାନିର ମୂଲ୍ୟ ଖୁବଶୀଘ୍ର ବୃଦ୍ଧି ହୋଇପାରେ ବୋଲି 'ଫ୍ରଣ୍ଟଲାଇନ' ନାମକ ଏକ ଗଣମାଧ୍ୟ ଏକ ରିପୋର୍ଟ ପ୍ରକାଶ କରିଛି ।
ଏହାପୂର୍ବରୁ, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅରଗାନାଇଜେସନ (FIEO) ଆଫଗାନିସ୍ତାନରେ ଉତ୍ତେଜନାମୂଳକ ପରିସ୍ଥିତି କାରଣରୁ ଆଗାମୀ ଦିନରେ ଶୁଖିଲା ଫଳର ମୂଲ୍ୟ ନେଇ ଚିନ୍ତା ପ୍ରକଟ କରିଥିଲା।
ଏହି ସମୟରେ ଜାମ୍ମୁର ବ୍ୟବସାୟୀମାନେ କହିଛନ୍ତି ଯେ ଶୁଖିଲା ଫଳର ମୂଲ୍ୟ ବୃଦ୍ଧି ସେମାନଙ୍କୁ ଆର୍ଥିକ କ୍ଷତି ସହିଛି। ପୂର୍ବ ସପ୍ତାହରେ ଶୁଖିଲା ଫଳ ବିକ୍ରିରେ ମଧ୍ୟ ହ୍ରାସ ଘଟିଥିବାର ସେମାନେ ସୂଚନା ଦେଇଛନ୍ତି। ଜାମ୍ମୁ ଶୁଖିଲା ଫଳ ଖୁଚୁରା ବ୍ୟବସାୟୀ ସଂଘର ସଭାପତି ଜ୍ୟୋତି ଗୁପ୍ତା କହିଛନ୍ତି ଯେ ଆଫଗାନିସ୍ତାନରେ ଅନିଶ୍ଚିତତା ଜାରି ରହିଲେ ଶୁଖିଲା ଫଳର ମୂଲ୍ୟ ଆହୁରି ବୃଦ୍ଧି ପାଇବ।












Click it and Unblock the Notifications