Get Updates
Get notified of breaking news, exclusive insights, and must-see stories!

ଉପମୁଖ୍ୟମନ୍ତ୍ରୀ ପଦ କେତେ ପାୱାରଫୁଲ?

ଦିଲ୍ଲୀ:ନିକଟରେ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୩ଟି ରାଜ୍ୟକୁ କବ୍ଚା କରି ରେକର୍ଡ କରିଛି । , ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ କରି ସାରିଛି । ଏଥର ଦଳ ନୂଆ ମୁହଁ ଉପରେ ଭରସା କରି ମୁଖ୍ୟମନ୍ତ୍ରୀ ଚୌକିରେ ସେମାନଙ୍କୁ ବସାଇଛି ।

deputy cm power

ଏହି ତିନୋଟି ରାଜ୍ୟରେ ଦୁଇଜଣ ଉପ ମୁଖମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରିଛି ଦଳ । ସବୁଠୁ ରୋଚକ କଥା ହେଉଛି ଯେ, ଭାରତର ସମ୍ବିଧାନର କୌଣସି ସ୍ଥାନରେ ଉପମୁଖ୍ୟମନ୍ତ୍ରୀ କିମ୍ବା ଉପପ୍ରଧାନମନ୍ତ୍ରୀଙ୍କ ପଦବୀ ବିଷୟରେ କିଛି ବି ଉଲ୍ଲେଖ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛିି ଏହି ପଦ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କେତେ ପାୱାରଫୁଲ ? ଏହି ପଦ ଅନ୍ୟ ମନ୍ତ୍ରୀଙ୍କ ତୁଳନାରେ ବଡ କି ନା ଏହା କେବଳ ନାମରେ ଏକ ପଦ ନା ଏହାର କ୍ଷମତା ମନ୍ତ୍ରୀଙ୍କ ଭଳି ରହିଛି ।ଏଭଳି ଅନେକ ପ୍ରଶ୍ନ ଉଠୁଥିବ ଆପଣଙ୍କ ମନରେ ।
୩ ରାଜ୍ୟରେ ଦୁଇ ଦୁଇଟି ଉପମୁଖ୍ୟମନ୍ତ୍ରୀ

ଦଳ ପକ୍ଷରୁ ରାଜସ୍ଥାନରେ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବେୟାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଏବଂ ମଧ୍ୟପ୍ରଦେଶରେ ରାଜେନ୍ଦ୍ର ଶୁକ୍ଲା ଏବଂ ଜଗଦୀଶ ଦେଓରା, ଛତିଶଗଡରେ ଅରୁଣ ସାଓ ଏବଂ ବିଜୟ ଶର୍ମାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଉଛି । ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବା ମଧ୍ୟ ଅସ୍ୱାଭାବିକ । କିନ୍ତୁ ଏହି ତିନୋଟି ରାଜ୍ୟରେ ଘଟୁଥିବା ଘଟଣା ନିଶ୍ଚିତ ଭାବରେ ଉପମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।

ଉପ ପ୍ରଧାନମନ୍ତ୍ରୀଙ୍କ ପରି ଉପ ମୁଖ୍ୟମନ୍ତ୍ରୀ

ଦେଶରେ ଏହି ଧାରା କେବେଠାରୁ ଆରମ୍ଭ ହୋଇଛି? ସୂଚନାଯୋଗ୍ୟ ଯେ, ଯେପରି ମୁଖ୍ୟମନ୍ତ୍ରୀ ପଦ ଭାରତର ପ୍ରଧାନମନ୍ତ୍ରୀ ପଦ ଭଳି, କିନ୍ତୁ ଏକ ରାଜ୍ୟ ସ୍ତରୀୟ ପଦବୀ, ସେହିପରି ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଭାରତରେ ଉପ-ପ୍ରଧାନମନ୍ତ୍ରୀଙ୍କ ପଦ ଭଳି । ଯେତେବେଳେ କି ବହୁତ କମ୍ ଲୋକ ଜାଣନ୍ତି ଯେ ସମ୍ବିଧାନ କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟ ଏହି ପୋଷ୍ଟ ସୃଷ୍ଟି କରାଯାଇଥିଲା । ସର୍ଦ୍ଦାର ଭାଲାଭଭାଇ ପଟେଲ ୧୫ ଅଗଷ୍ଟ ୧୯୪୭ ରେ ଦେଶର ଉପପ୍ରଧାନମନ୍ତ୍ରୀ ହୋଇଥିଲେ, ଆଉ ସେ ଏହି ପଦବୀରେ ୧୫ ଡିସେମ୍ବର ୧୯୫୦ ପର୍ଯ୍ୟନ୍ତ ରହିଥିଲେ ।

ଏହା ପରେ ମୋରାର୍ଜୀ ଦେଶାଇ, ଚୌଧୁରୀ ଚରଣ ସିଂ ଏବଂ ଜଗଜୀବନ ରାମ ଦେଶରେ ଉପପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ୧୯୮୯ ରେ ଚୌଧୁରୀ ଦେବୀ ଲାଲ୍ ଉପ-ପ୍ରଧାନମନ୍ତ୍ରୀ ହେବା ପରେ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହେବା ଆରମ୍ଭ ହୋଇଥିଲା ଏବଂ ଯେଉଁ କାରଣରୁ ବର୍ତ୍ତମାନ ୩ଟି ରାଜ୍ୟରେ ଦୁଇ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ପଦର ସାମ୍ବିଧାନିକ ସ୍ଥିତି ଯାହା ବି ହୋୁଥାଉ ନା କାହିଁ , ନିଶ୍ଚିତ ଭାବରେ ଏହି ପଦର ରାଜନୈତିକ ସ୍ଥିତି ଥିବା ଜଣାପଡୁଛି ।
ଏହି ପଦ ରାଜନୈତିକ ସନ୍ତୁଳନ ପାଇଁ କେତେ ଜରୁରୀ?

୧୯୯୦ ଦଶକରୁ, ଯେତେବେଳେ ମିଳିତ ସରକାରର ଯୁଗ ଆରମ୍ଭ ହେଲା, ଦେଖାଗଲା ଯେ ଉପ-ମୁଖ୍ୟମନ୍ତ୍ରୀ ପଦବୀ ରାଜନୈତିକ ସନ୍ତୁଳନ ପ୍ରତିଷ୍ଠା ପାଇଁ ଅଧିକ ବ୍ୟବହୃତ ହେବାରେ ଲାଗିଛି । ମିଳିତ ମଞ୍ଚର ଦୁଇଟି ଶକ୍ତିଶାଳୀ ଦଳ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପାରିବେ । ଏଭଳି ପରିସ୍ଥିତିରେ ରାଜନୈତିକ ଦୃଷ୍ଟିରୁ ଉପମୁଖ୍ୟମନ୍ତ୍ରୀ ପଦ ଅନ୍ୟ ଦଳକୁ ଦିଆଯାଉଛି । ଏଥି ସହିତ, ଅନେକ ସରକାରରେ, ଏହି ପୋଷ୍ଟ ଏକ ଜାତି କିମ୍ବା ଶକ୍ତିଶାଳୀ ଭୋଟ୍ ଗୋଷ୍ଠୀର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବା ପାଇଁ ମଧ୍ୟ ସୃଷ୍ଟି କରାଯାଇଛି । ଯେପରି ହୋଇଥିବା ନିର୍ବାଚନରେ ଦେଖା ଯାଇଛି ।
ଏହି ପଦକୁ ନେଇ ସମ୍ବିଧାନରେ ଉଲ୍ଲେଖ କରାଯାଇ ନାହିଁ ।

ପ୍ରଶ୍ନ ଉଠିଛି ଯେ ଯେତେବେଳେ ଉପ-ମୁଖ୍ୟମନ୍ତ୍ରୀଙ୍କ ପଦ ସମ୍ବିଧାନରେ ଉଲ୍ଲେଖ କରାଯାଇ ନାହିଁ, ତେବେ ଏହି ପଦର ସ୍ଥିତି କିପରି ଏତେ ବୃଦ୍ଧି ପାଇଲା ଏବଂ ଏହି ପଦର ପ୍ରକୃତ ସାମ୍ବିଧାନିକ ସ୍ଥିତି କ'ଣ? ସମ୍ବିଧାନର ଧାରା ୧୬୩ (୧) ରେ କୁହାଯାଇଛି ଯେ ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ପରିଷଦ ରହିବ ଯାହା ରାଜ୍ୟପାଳଙ୍କୁ ଏହାର କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେବ । ଏପରିକି ଧାରା ୧୬୪ ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି, କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ ନାହିଁ ।

ଅନେକ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି
ଏହି ପରିପ୍ରେକ୍ଷୀରେ, ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ବା କ୍ଷମତା କେବଳ କ୍ୟାବିନେଟ ମନ୍ତ୍ରୀଙ୍କ କ୍ଷମତା ଭଳି ସମାନ ରହିଥାଏ । ମୁଖ୍ୟମନ୍ତ୍ରୀଙ୍କ ପରେ କ୍ୟାବିନେଟ ମନ୍ତ୍ରୀ ହେଉଛି ସର୍ବୋଚ୍ଚ ମନ୍ତ୍ରୀ ପଦ । କିନ୍ତୁ କ୍ୟାବିନେଟରେ ଅନେକ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ଏହି ତିନୋଟି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବା ପରେ ଦେଶରେ ପ୍ରାୟ ୧୪ ଟି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ରହଛନ୍ତି । ଏଥିମଧ୍ୟରେ ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ଅନ୍ତର୍ଭୁକ୍ତ । ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+