ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି

ଭୁବନେଶ୍ବର: ବାୟୁ ପ୍ରଦୂଷଣ ବିଶ୍ବରେ ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି। ଦିନକୁ ଦିନ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁ ଯୋଗୁ ବିଗୁଡୁଛି ସ୍ୱାସ୍ଥ୍ୟ। ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା । ବାୟୁର ଗୁଣାବତ୍ତା କମୁଥିବାରୁ ହୃଦ ରୋଗ ଓ ଲଙ୍ଗସଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

air pollution

ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ୨୦୦୫ରେ ଜାରି ହୋଇଥିବା ଗାଇଡଲାଇନକୁ ପରିବର୍ତ୍ତନ କରି ନୂଆ ଗାଇଡଲାଇନ ଜାରି କରାଯାଇଛି । ବିଶେଷ କରି ବାୟୁ ପ୍ରଦୂଷଣର ୬ଟି ମୁଖ୍ୟ ପ୍ରଦୂଷକର ସ୍ତର ହେଉଛି PM୨.୫, PM୧୦, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍ ଏବଂ କାର୍ବନ ମନୋକ୍ସାଇଡ୍ । ବାୟୁରେ PM ୨.୫ର ସ୍ତର ୧୦ରୁ ୫କୁ ଖସାଇ ଦିଆଯାଇଥିବା ବେଳେ, PM ୧୦ର ସ୍ତର ୧୫ ରହିଲେ ବିପଦଜନକ ବୋଲି କୁହାଯାଇଛି । ପୂର୍ବରୁ ଏହି ସ୍ତର ୨୦ ଥିଲା । ସେହିପରି ବାୟୁରେ ନାଇଟ୍ରୋଜେନ ସ୍ତର ୧୦ ହେଲେ ବିପଦଜନକ ବୋଲି ଧରାଯିବ । ପୂର୍ବରୁ ଏହା ୪୦ ରହିଥିଲା ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣରେ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି, ସେଥିରୁ ୮୦ ପ୍ରତିଶତ ମୃତ୍ୟୁ କେବଳ ପିଏମ ୨.୫ ଯୋଗୁ ହେଉଛି । ବିଶ୍ବର ବିଭିନ୍ନ ଦେଶର ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି। ସବୁଠୁ ଚିନ୍ତାଜନକ କଥା ହେଲା, ସାରା ଭାରତ ପ୍ରଦୂଷିତ ଅଞ୍ଚଳରେ ରହୁଛି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କେବଳ ଭାରତ ନୁହେଁ ବିଶ୍ବର ୯୦ ପ୍ରତିଶତ ଲୋକ ରହୁଥିବା ଅଞ୍ଚଳ ବାୟୁ ପ୍ରଦୂଷିତ ଅଞ୍ଚଳରେ ରହିଛି । ଏହି ଦିଗରେ ସୁଦୀର୍ଘ ଏବଂ ଫଳ ପ୍ରଦ ଯୋଜନା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+