ଜବତ ହେଲା 1000 କୋଟି ଟଙ୍କାର ଧଳା ଜହର, ଗିରଫ ହେଲେ 2 ଶ୍ରୀଲଙ୍କା ନାଗରିକ

ଅନ୍ତର୍ଜାତୀୟ ଡ୍ରଗ୍ କାରବାର ଚଲାଉଥିବା ଶ୍ରୀଲଙ୍କାର ଦୁଇ ନାଗରିକଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ଚେନ୍ନାଇରି ଏହି ଦୁଇ ଡ୍ରଗ୍ ମାଫିଆଙ୍କୁ ଗିରଫ କରାଯାଇଛି ।

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଡ୍ରଗ୍ କାରବାର ଚଲାଉଥିବା ଶ୍ରୀଲଙ୍କାର ଦୁଇ ନାଗରିକଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ଚେନ୍ନାଇରି ଏହି ଦୁଇ ଡ୍ରଗ୍ ମାଫିଆଙ୍କୁ ଗିରଫ କରାଯାଇଛି । ଏନସିବିର ଡେପୁଟି ଡାଇରେକ୍ଟର କେପିଏସ୍ ମାଲୋହୋତ୍ରା ଶୁକ୍ରବାର କହିଛନ୍ତି ଯେ, ଗତ ବର୍ଷ ନଭେମ୍ବରରେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଆଧାରରେ ସେମାନେ ଶ୍ରୀଲଙ୍କାରୁ ଶହେ କିଲୋଗ୍ରାମ ହେରୋଇନ୍ ଜବତ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ହଜାର କୋଟି ଟଙ୍କା ହେବା ବୋଲି କୁହାଯାଇଛି ।

drug-paddler-chennai

ଏହି ହେରୋଇନ୍ କାରବାରର ପାକିସ୍ତାନ ଏବଂ ଶ୍ରୀଲଙ୍କାରୁ ଆରମ୍ଭ ହୋଇ ଏହାର ଚେର ଆଫଗାନିସ୍ତାନ, ଇରାନ୍, ମାଳଦ୍ୱୀପ ଏପରିକି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବ୍ୟାପିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଏମଏମଏମ ନଭାସ ଏବଂ ମହମ୍ମଦ ଆଫାନାସ ନିଜର ପରିଚୟ ଲୁଚାଇ ଚେନ୍ନାଇରେ ଲୁଚିଥିଲେ, କିନ୍ତୁ ଅନସିବି ତାଙ୍କୁ କାବୁ କରିବାରେ ସଫଳ ହୋଇଛି ବୋଲି ମାଲୋହୋତ୍ରା କହିଛନ୍ତି ।

ଏହା ପୂର୍ବରୁ 2020 ମସିହା ନଭେମ୍ବର 26 ତାରିଖରେ ଭାରତୀୟ ଜଳ ସୀମା ନିକଟରେ ଟୁଟିକୋରିନ୍ ବନ୍ଦରରେ ଶ୍ରୀଲଙ୍କାର ଗୋଟିଏ ମାଛ ଧରା ଜାହାଜ 'ସେନାୟା ଡୁଭା'ରୁ 95.87 କିଲୋଗ୍ରାମ ହେରୋଇନ୍ ଏବଂ 18.32 କିଲୋଗ୍ରାମ ମିଥାମଫେଟାମାଇନ୍ ଜବତ କରିଛି । ଏହାପରେ ସମସ୍ତ ସ୍ଥାନରେ ଛାନଭିନ୍ ଜୋରଦାର କରାଯାଇଥିଲା । ସେମାନଙ୍କ ନିକଟକୁ 5ଟି ପିସ୍ତଲ ଏବଂ ଗୁଳି ଜବତ କରିଛି ବୋଲି ଏନସିବି ସୂଚନା ଦେଇଛି ।

ଆଫଗାନିସ୍ତାନରୁ ଇରାନ ଦେଇ ପାକିସ୍ତାନ ଯାଏଁ ଲମ୍ବିଛି ଚେର

ଏହି ଡ୍ରଗ୍ କାରବାର ଶ୍ରୀଲଙ୍କାରୁ ଆଫଗାନିସ୍ତାନ, ଇରାନ୍ ଏବୟ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ପୂର୍ବରୁ ଏହି ଡ୍ରଗ୍ କାରବାର ଅଭିଯୋଗରେ ଏନସିବି 6 ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଥିଲା । ଏହା ପରେ ଏହାର ଚେର ଏତେ ଯାଏଁ ଲମ୍ବିଥିବା ନେଇ ସୂଚନା ମିଳିଥିଲା । ପଚରାଉଚୁରା ସମୟରେ ଡ୍ରଗ୍ କାରବାରରେ ସାମିଲ ଥିବା ଅନ୍ୟ ଦୁଇ ମୁଖ୍ୟ ଲୋକ ଚେନ୍ନାଇରେ ଲୁଚିଥିବା ନେଇ ଜାଣିବାପରେ ନଭାସ୍ ଏବଂ ମହମ୍ମଦକୁ କାବୁ କରାଯାଇଛି ଏବଂ ଏନ୍ଇ ଅଧିକ ପଚରାଉଚୁରା ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+