ବିଶ୍ଵ ତାପନ ଯୋଗୁଁ 2030 ସୁଦ୍ଧା ବୁଡିଯିବ ବିଶ୍ଵର 9ଟି ସହର
ଜଳବାଯୁ ପରିବର୍ତନ ଯୋଗୁ ପ୍ରାଣୀ ଜଗତ ପାଇଁ ସାଂଘାତିକ ସମସ୍ଯା ସୃଷ୍ଟି ହେବାକୁ ଯାଉଛି। ବିଶ୍ବତାପନ ଯୋଗୁ ସମୁଦ୍ରରେ ଜଳପତ୍ତନ ଏବଂ ପ୍ରଦୂଷଣ ବୃଦ୍ଧି ଘଟି ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱର କେତୋଟି ସହର ଜଳମଗ୍ନ ହେବ ବୋଲି 'କ୍ଲାଇମେଟ୍ ସେଣ୍ଟ୍ରାଲ୍' ତାହା ମାନଚିତ୍ର କରି ଦର୍ଶାଇ ଦେଇଛି।

ଆସନ୍ତା ୨୦୩୦ ମସିହା ମଧ୍ୟରେ ଅନେକ କିଛି ପରିବର୍ତନ ଘଟିପାରେ । ଯଦି 'ସିଓପି୨୬' ଆଲୋଚନା ଯୋଜନ ଅନୁସାରେ କାର୍ଯ୍ୟକାରୀ ହୁଏ, ଆମେ ବନ୍ୟା ପ୍ରତିରୋଧକ ନିର୍ମାଣ କରିବା ସହ ସେହି ଅନୁସାରେ ସହରର ଢାଞ୍ଚା ପରିବର୍ତ୍ତନ କରାଯାଇ ପାରେ। କିନ୍ତୁ, ତାହା ନ ହେଲେ ବିଶ୍ୱର ୯ଟି ସହର ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଜଳମଗ୍ନ ହୋଇପାରେ।
ଏହି ମାନଚିତ୍ରରେ ଥିବା ୯ଟି ସହର ହେଉଛି-: ଦି ନେଦର୍ଲାଣ୍ଡସ୍ର ଆମ୍ଷ୍ଟର୍ଡମ୍, ଇରାକ୍ର ବାସ୍ରା, ଯୁକ୍ତରାଷ୍ଟ୍ର ଆମେରିକାର ନିୟୁ ଅର୍ଲିନ୍ସ୍, ଇଟାଲିର ଭେନିସ୍, ଭିଏତ୍ନାମର ହୋ ଚି ମିନ୍ ସିଟି, ଭାରତର କୋଲ୍କାତା, ଥାଇଲାଣ୍ଡ୍ର ବ୍ୟାଙ୍ଗ୍କକ୍, ଗୁୟାନାର ଜର୍ଜଟାଉନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସାଭାନ୍ନା। ଉର୍ବର ମୃତ୍ତିକା ଯୋଗୁଁ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ ଶହ ଶହ ବର୍ଷ ଧରି ଜୀବନ୍ତ ରହିଆସିଛି। କିନ୍ତୁ, 'କ୍ଲାଇମେଟ୍ ସେଣ୍ଟ୍ରାଲ୍' ମାନଚିତ୍ର ଅନୁସାରେ, କୋଲ୍କାତା ଏବଂ ତାହାର ଚତୁର୍ପାଶ୍ୱ ପ୍ରତି ବଡ଼ ବିପତ୍ତି ରହିଛି। ଅନାବୃଷ୍ଟି କାରଣରୁ 'ହୋ ଚି ମିନ୍ ସହର' ଭଳି କୋଲକାତା ମଧ୍ୟ ମୌସୁମୀ ସମୟରେ ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ।
ଉତ୍ତର ସାଗର ନିକଟବର୍ତ୍ତୀ ଏବଂ ସମୁଦ୍ର ଜଳ ପତ୍ତନ ଠାରୁ ନିମ୍ନରେ ଥିବାରୁ ନେଦର୍ଲାଣ୍ଡ୍ର ଆମ୍ଷ୍ଟର୍ଡମ୍ ନଗରୀ, ରୋଟର୍ଡାମ୍ ଏବଂ ହଗ୍ ତଳିଆ ଅଞ୍ଚଳ କୁହାଯାଏ। କିନ୍ତୁ, ବନ୍ୟା ପ୍ରତିରୋଧକାରୀ ଭାବେ ସେ ଦେଶର ବାସିନ୍ଦା ଡଚ୍ମାନେ ଧୁରନ୍ଧର। କିନ୍ତୁ, ଆଗାମୀ ଦଶନ୍ଧି ପାଇଁ ସେମାନଙ୍କୁ 'ଡାଇକ୍', 'ଡ୍ୟାମ୍', 'ବ୍ୟାରିୟର୍' 'ଲିଭିସ୍' ଏବଂ 'ଫ୍ଲଡ୍ଗେଟ୍' ଆଦି ନିର୍ମାଣ କରିବାକୁ ପଡ଼ିବ।
ଇରାକ୍ର ବାସ୍ରା ନଗର ପାରସ୍ୟ ଉପସାଗରକୁ ପ୍ରବାହିତ 'ଶାତ୍ ଅଲ୍-ଆରବ' ନାମକ ବିଶାଳ ଓ ପ୍ରସସ୍ତ ନଦୀକୂଳରେ ଅବସ୍ଥିତ। ଜଟିଳ କେନାଲ୍ ନେଟ୍ଓ୍ଵାର୍କ ତଥା ନିକଟବର୍ତ୍ତୀ ଜଳଭରା ତଥା ସନ୍ତସନ୍ତିଆ ଅଞ୍ଚଳ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଇଲେ ଉକ୍ତ ସହର ପ୍ରତି ବିପଦ ଆସିବା ସୁନିଶ୍ଚିତ।
ଉତ୍ତରରେ ମୌରିପାସ୍ ହ୍ରଦ ଏବଂ ଦକ୍ଷିଣରେ ସାଲ୍ଭାଡର୍ ହ୍ରଦକୂଳରେ ଗଢ଼ି ଉଠିଥିବା ଲାଲ୍ କୋଠା ଏବଂ 'ଲିଭିସ୍ ସିଷ୍ଟମ୍' ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ନିୟୁ ଅର୍ଲିନ୍ସ୍ ନଗର ନିରାପଦ ରହିଛି। ସେ ସବୁ ନ ରହିଲେ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ନଗରୀରେ ଜଳପ୍ରଳୟ ସୃଷ୍ଟି ହେବ।
ସମୁଦ୍ର ପତ୍ତନ ବୃଦ୍ଧି ଏବଂ ପ୍ରତିବର୍ଷ ୨ ମିଲିମିଟର୍ ଦବି ଯାଉଥିବା ଇଟାଲିର ଭେନିସ୍ ନଗରୀ ନିକଟ ଭବିଷ୍ୟତରେ ଜଳମଗ୍ନ ହୋଇଯିବ ବୋଲି ସ୍ପଷ୍ଟ ହୋଇଗଲାଣି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଥିବାରୁ ଏଠାରେ ବନ୍ୟା ଏବଂ ଅନ୍ୟାନ୍ୟ ଦୁର୍ବିପାକ ଦେଖା ଦେଲାଣି। ଭେନିସ୍ରେ ବନ୍ୟା ପ୍ରତିରୋଧକ ବ୍ୟବସ୍ଥା ଥିଲେ ସୁଦ୍ଧା ତାହାର ଦେଖାରଖା କରିବା ଅଧିକ ବ୍ୟୟ ବହୁଳ ହୋଇଯିବ।
ସେହିପରି ଭିଏତ୍ନାମର ହୋ ଚି ମିନ୍ ନଗରୀର ପୂର୍ବାଞ୍ଚଳ ଜିଲ୍ଲା ସବୁ ଚଟକା ଏବଂ 'ଥୁ ଥିଏମ୍' ଭଳି ସନ୍ତସନ୍ତିଆ ତଥା କର୍ଦ୍ଦମାକ୍ତ ହୋଇଥିବାରୁ ବନ୍ୟା ଏବଂ ବାତ୍ୟା ଯୋଗୁଁ ଜଳମଗ୍ନ ହୋଇଯିବାର ସମ୍ଭାବନା ରହିଛି।
ଥାଇଲାଣ୍ଡର୍ ବ୍ୟାଙ୍ଗ୍କକ୍ରେ ମଧ୍ୟ ବିଶ୍ୱ ତାପମାନର କୁପ୍ରଭାବ ଖୁବ୍ ବେଶୀ ପଡ଼ିଛି। ଏହି ରାଜଧାନୀ ନଗର ସମୁଦ୍ର ପତ୍ତନ ଠାରୁ ମାତ୍ର ୧.୫ ମିଟର୍ ଉଚ୍ଚରେ ହୋଇଥିବାରୁ ଖୁବ୍ ଶୀଘ୍ର ଜଳମଗ୍ନ ହୋଇପାରେ। ଏମିତିରେ ବି, ବ୍ୟାଙ୍ଗ୍କକ୍ ପ୍ରତିବର୍ଷ ଦୁଇ ତିନି ସେଣ୍ଟିମିଟର୍ ବୁଡ଼ି ଚାଲିଛି।
ଗୁୟାନାର ଜର୍ଜଟାଉନ୍ ଶହ ଶହ ବର୍ଷ ଧରି ସମୁଦ୍ର ପ୍ରାଚୀର ଉପରେ ନିର୍ଭର କରି ତିଷ୍ଠି ରହିଛି। ସାମୁଦ୍ରିକ ବତାସରୁ ସୁରକ୍ଷା ଦେବାକୁ ଗୋଟାଏ ବିଶାଳ ପ୍ରାଚୀରର ଦୈର୍ଘ୍ୟ ୨୮୦ ମାଇଲ୍। ସେହି କାରଣରୁ ସମୁଦ୍ରର ଉଚ୍ଚ ଲହରି ଠାରୁ ୦.୫ ମିଟର୍ ତଳେ ଉପକୂଳ ଅଞ୍ଚଳ ଥିଲେ ମଧ୍ୟ ଜଳମଗ୍ନ ହେଉନାହିଁ। ଗୁୟାନାର ୯୦ ପ୍ରତିଶତ ଜନତା ଉପକୂଳ ଅଞ୍ଚଳରେ ହିଁ ବାସ କରୁଛନ୍ତି। ଏହା କ୍ଷତିଗ୍ରସ୍ତ ହେଲେ ନଗର ପ୍ରତି ଭୀଷଣ କ୍ଷତି ହୋଇପାରେ।
ପାଗଯୋଗ ଖରାପ ନ ଥିଲେ ବି, ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ଅଞ୍ଚଳର ସାଭାନ୍ନା ବତାସ 'ହଟ୍ସ୍ପଟ୍' ଉପରେ ରହିଛି। ଏହି ଐତିହାସିକ ନଗରୀ ଚାରିପଟରୁ ସମୁଦ୍ର ଗ୍ରାସର ଶିକାର ହୋଇପାରେ। ଏହାର ଉତ୍ତର ପାର୍ଶ୍ୱରେ ସାଭାନ୍ନା ନଦୀ ଏବଂ ଦକ୍ଷିଣରେ ଓଘିଚି ନଦୀ ପ୍ରବାହିତ ହେଉଛି। ଫଳରେ ଆକସ୍ମିକ ବନ୍ୟା ଆସି ନଗରୀରେ ଜଳପ୍ଳାବନ ଘଟିପାରେ।












Click it and Unblock the Notifications