ହସ୍ପିଟାଲ ପାଇଁ ସରକାରଙ୍କ ଗାଇଡଲାଇନ୍
ମେଡିକାଲରେ ଯେପରି ସବୁ ପ୍ରକାରର ସଚେତନତା ରହିବ ସେନେଇ କଡା ତାଗିଦ୍ କରିଛନ୍ତି ସରକାର । ଗାଇଡ୍ ଲାଇନ୍ ଅନୁସାରେ ପ୍ରତ୍ୟେକ ହସ୍ପିଟାଲରେ ଜ୍ୱର ଏବଂ ଆଇସୋଲେସନ୍ କ୍ଲିନିକ୍ କରିବାକୁ ସରକାର ନିର୍ଦ୍ଦେଶ ହୋଇଛି ।
ଭୁବନେଶ୍ୱର : କରୋନା ପାଇଁ ସାରା ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି । ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ ପାଇଁ ନିୟମାବଳୀ ଜାରି ହୋଇଛି ।

ମେଡିକାଲରେ ଯେପରି ସବୁ ପ୍ରକାରର ସଚେତନତା ରହିବ ସେନେଇ କଡା ତାଗିଦ୍ କରିଛନ୍ତି ସରକାର । ଗାଇଡ୍ ଲାଇନ୍ ଅନୁସାରେ ପ୍ରତ୍ୟେକ ହସ୍ପିଟାଲରେ ଜ୍ୱର ଏବଂ ଆଇସୋଲେସନ୍ କ୍ଲିନିକ୍ କରିବାକୁ ସରକାର ନିର୍ଦ୍ଦେଶ ହୋଇଛି । ଏଥିସହିତ ହସ୍ପିଟାଲକୁ ଆସୁଥିବା ସମସ୍ତ ଲୋକଙ୍କର ସ୍କ୍ରିନିଂ କରାଯିବ। ହାତଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହସ୍ପିଟାଲର ଯଦି କୌଣସି ସେକ୍ସନରୁ ସଂକ୍ରମିତ ବାହାରନ୍ତି ତେବେ ତାକୁ ତୁରନ୍ତ ବନ୍ଦ କରାଯିବ । ସେହି ସେକ୍ସନରୁ ରୋଗୀଙ୍କୁ ଅଲଗା ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯିବ ଏବଂ ରୁମକୁ ଖାଲି କରାଯିବ । ଏଥିସହିତ ଉକ୍ତ ରୁମକୁ ଖାଲି କରି ସାନିଟାଇଜ୍ କରାଯିବାର 24 ଘଣ୍ଟା ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications