West Bengal Election 2026: ରାତିରେ ବାଇକ ବ୍ୟାନ୍, ଦିନରେ କାହାକୁ ବସାଇବା ମନା, ଜାରି ହେଲା କଡ଼ କଟକଣା
ପଶ୍ଚିମବଙ୍ଗରେ ମତଦାନ ଯେତେ ପାଖେଇ ଆସୁଛି କଟକଣା ସେତେ କଡ଼ା ହେଉଛି। କାରଣ ପଶ୍ଚିମବଙ୍ଗରେ ନିର୍ବାଚନ ସବୁବେଳେ ହିଂସାତ୍ମକ। ତେଣୁ ଏଥର ଯେମିତି ସେଭଳି କୌଣସି ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ନିର୍ବାଚନ କମିଶନ ପୂରା କଡ଼ା କଟକଣା ଲାଗୁ କରୁଛନ୍ତି। ଏଥିପାଇଁ ସାରା ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି। ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଯାଇଛି। ଏବଂ ବାଇକ୍ରେ ପଛରେ କାହାକୁ ବସାଇବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ।

ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ। ଭୋଟଗ୍ରହଣକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ମଙ୍ଗଳବାର ଠାରୁ ଏହି ନୂଆ କଟଣା ଲାଗୁ କରାଯାଇଛି। ରାଜ୍ୟର ସମସ୍ତ ୧୫୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି କଟକଣା ଲାଗୁ ହେବ।
ରାତିରେ ବାଇକ ଚଲାଇବା ମନା- ରାଜ୍ୟରେ ନିର୍ବାଚନ ମାହୋଲ ଖୁବ୍ ଉତ୍ତେଜନା ମୂଳକ ଥିବା ବେଳେ ରାତିରେ ବାଇକ୍ ଚଳାଇବା ମନା କରାଯାଇଛି। ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ କେହି ବି ବାଇକ କିମ୍ବା ସ୍କୁଟର ଚଳାଇ ପାରିବେ ନାହିଁ। ତେବେ ମେଡିକାଲ ଓ ପାରିବାରିକ କାର୍ଯ୍ୟକ୍ରମ ଭଳି ଜରୁରୀ ପରିସ୍ଥିତିରେ କଟକଣା କୋହଳ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଭୟଭୀତ କରିବା ଏବଂ ବାଧା ସୃଷ୍ଟି କରିବା ଆଶଙ୍କା ଥିବାରୁ ବାଇକ୍ ରାଲି ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି।












Click it and Unblock the Notifications