ଖରା ଛୁଟିରେ ହ୍ବାଟ୍ସଆପରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ, ଓସେପା ଆଣିଲା ସମର ଲର୍ଣ୍ଣିଂ ବ୍ୟବସ୍ଥା
ଏଥର ଖରା ଛୁଟିରେ ପିଲାଏ ପଢ଼ିବେ ହ୍ବାଟ୍ସଆପ୍ ମାଧ୍ୟମରେ ପାଠ। ପିଲାଙ୍କୁ ହ୍ବାଟ୍ସଆପରେ ଦିଆଯିବ ସମର ଲର୍ଣ୍ଣିଂ। ଏନେଇ ମଙ୍ଗଳବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ତରଫରୁ ଜାରି ହୋଇଛି ମାର୍ଗଦର୍ଶିକା। ଏହି ସମର ଲର୍ଣ୍ଣିଂ ବ୍ୟବସ୍ଥା ଅନୁସାରେ, ଅଭିଭାବକଙ୍କ ହ୍ବାଟ୍ସଆପ୍ ଜରିଆରେ ପିଲାଙ୍କୁ ଆସାଇନମେଣ୍ଟ ଦିଆଯିବ।
ସମର ଲର୍ଣ୍ଣିଂ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବସ୍ଥା ପାଠପଢ଼ା ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ଓସେପା। ଆସନ୍ତା ୨୫ ତାରିଖ ସୁଦ୍ଧା ହ୍ବାଟ୍ସଆପ୍ ଗ୍ରୁପ୍ କରିବାକୁ ଚିଠିରେ ଉଲ୍ଲେଖ ରହିଛି।













Click it and Unblock the Notifications