ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡ଼ିସିନର ବାର୍ଷିକ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଶନିବାର କଟକର ଏସସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଆୟୋଜିତ ଇଣ୍ଡିଆନ୍ ଆକାଡେମି ଅଫ୍ ଫରେନସିକ୍ ମେଡିସିନର ଜାତୀୟ ବାର୍ଷିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।
ଭୁବନେଶ୍ୱର : ଫୋରେନସିକ୍ ମେଡିସିନ୍ ସମ୍ବନ୍ଧୀୟ ବୈଜ୍ଞାନିକ ବିଚାର ବିମର୍ଶ, ଉନ୍ନତ ଜ୍ଞାନ ଏବଂ ନୂତନ ଉପକରଣ ଉପରେ ନୂଆ ଆଶାର କରିଣ ଦେଖାଇବ । ଏକ ଘଟଣାର ଫୋରେନସିକ୍ ବ୍ୟାଖ୍ୟା, ମାନବ ଶରୀର ଏବଂ ମନ ସହିତ ଜଡିତ, ଅପରାଧିକ ନ୍ୟାୟ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ ।
ଶନିବାର କଟକର ଏସସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଆୟୋଜିତ ଇଣ୍ଡିଆନ୍ ଆକାଡେମି ଅଫ୍ ଫରେନସିକ୍ ମେଡିସିନର ଜାତୀୟ ବାର୍ଷିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ଦେଶ ତଥା ବିଶ୍ବର ସମସ୍ତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସମ୍ମିଳନୀର ସଫଳତା କାମନା କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଅପରାଧର ପ୍ରକୃତ ଅପରାଧୀ ଜାଣିବା ପାଇଁ ଆଇନଗତ ପ୍ରକ୍ରିୟା ପ୍ରମାଣ ଆବଶ୍ୟକ କରେ । ଏଠାରେ, ଫରେନସିକ୍ ବିଜ୍ଞାନ ଠୋସ୍ ପ୍ରମାଣ ଯୋଗାଇବାରେ ସାହାଯ୍ୟ କରେ । ତେଣୁ, ନ୍ୟାୟ ବିତରଣ ପାଇଁ ଫରେନସିକ୍ ବିଜ୍ଞାନରେ ଅତ୍ୟାଧୁନିକ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରାୟ ଏକ ଶତାବ୍ଦୀ ଧରି ଏସସିବି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ଓଡିଶାର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ହୋଇଆସୁଛି । ଏହି ଅନୁଷ୍ଠାନର ଏକାଡେମିକ୍ ଉତ୍କର୍ଷର ଏକ ଗୌରବମୟ ଇତିହାସ ଅଛି । ଏହାର ପୂର୍ବତନ ଛାତ୍ରଛାତ୍ରୀମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରତିଷ୍ଠାନରେ ସେମାନଙ୍କର ବୃତ୍ତିଗତ ଦକ୍ଷତାରେ ନିଜର ପ୍ରତିଭା ଦେଖାଇପାରିଛନ୍ତି । ଏହି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବର୍ତ୍ତମାନ ବିଶ୍ୱ ସ୍ତରୀୟ ହେବାକୁ ଯାଉଛି । ବର୍ତ୍ତମାନ, ସମସ୍ତ ଆଧୁନିକ ସୁବିଧା ସହିତ ରାଜ୍ୟ ସରକାର ଏହି ମହାନ ଅନୁଷ୍ଠାନର ଏକ ବିଶ୍ୱ ମାନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ରୂପାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications