ରାଜ୍ୟରେ ନୂଆ କରି ଗଢିଉଠିବ ୪ ହଜାର ଗାଁ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଏଣିକି ପଡ଼ା ଗ୍ରାମ ପାଇବ ରାଜସ୍ୱ ଗ୍ରାମର ମାନ୍ୟତା । ରାଜ୍ୟରେ ନୂଆ କରି ଗଢିଉଠିବ ୪ ହଜାର ଗାଁ । ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଏଣିକି ପଡ଼ା ଗ୍ରାମ ପାଇବ ରାଜସ୍ୱ ଗ୍ରାମର ମାନ୍ୟତା । ରାଜ୍ୟରେ ନୂଆ କରି ଗଢିଉଠିବ ୪ ହଜାର ଗାଁ । ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା ।

ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡାଗୁଡିକୁ ଗାଁରେ ପରିଣତ କରାଯିବ । ଅଧ କିମି ଦୂରରେ ଥିବା ପଡାରେ ଅତିକମରେ ୨୫୦ ଲୋକ ବସବାସ କରୁଥିଲେ ତାକୁ ଗାଁର ମାନ୍ୟତା ଦିଆଯିବ । ଅନ୍ୟପଟେ କୌଣସି ପଡା ଅଧ କିମି ଦୂରରେ ନଥିଲେ ବି ୩ ଶହ ଲୋକ ବସବାସ କରୁଥିଲେ ତାକୁ ମଧ୍ୟ ଗାଁରେ ପରିଣତ କରାଯାଇ ପାରିବ । ସେହିପରି ୨୫୦ରୁ କମ ଲୋକ ରହୁଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିଲେ ତାକୁ ଗାଁର ମାନ୍ୟତା ମିଳିବ । ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଉଥିବା କୁହାଯାଇଛି ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications